କଂସ ଠାରୁ ବଳିଗଲା କଳିଯୁଗର ମାମୁଁ ,4ବର୍ଷ ର ଭାଣିଜୀ କୁ ଧର୍ଷଣ କରି ଜୀବନରୁ ମାରିଦେଲା

ଦୁଷ୍କର୍ମ ପାପର ଭାର ଏତେ ବଢ଼ିଗଲାଣି ଯେ ଯେତେ ଆଇନ କାନୁନ କରାଗଲା ମଧ୍ୟ କିଛିଲାଭ ନାହିଁ I ଦୋଷୀଙ୍କ ମାନସିକତାରେ ପରିବର୍ତନ ଆସୁନି I ନାବାଳିକା ଦୁଷ୍କର୍ମ ବଢ଼ିବାରେ ଲାଗିଛି I ବାହାର ଅପେକ୍ଷା ନିଜ ପରିବାର ସମ୍ପର୍କୀୟ ମାନଙ୍କ ଦ୍ୱାରା ନିରୀହ ପିଲାମାନେ ଶିକାର ହେବାରେ ଲାଗିଛନ୍ତି Iଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ସୁଦାମା ନଗରରେ Iମାମୁଁ ନାମରେ କଳଙ୍କ ବୋଳିଛି ଜଣେ ସୈତାନ I ସମ୍ପର୍କୀୟ ଭାଣିଜୀ କୁ ଧର୍ଷଣ କରି କଂସ ଠାରୁ ଭୟଙ୍କର ସାଜିଛି I ଜଣେସମ୍ପର୍କୀୟ ମାମୁଁ 4ବର୍ଷ ର ଭାଣିଜୀ କୁ ଘରୁ ଉଠାଇନେଇ ଧର୍ଷଣ କରି ଜୀବନରୁ ମାରିଦେଇଛି I

ଖବର ଜଣା ପଡିବା ପରେ ମୃତ ଶିଶୁ କୁ ପୋଲିସ ଜବତ କରିବା ସହିତ ଅଭିଯୁକ୍ତ ଆସାମୀ କୁ ଗିରଫ କରିଛି I ତେବେ ପୂର୍ବରୁ ମଧ୍ୟ ସମ୍ପୃକ୍ତ ମାମୁଁ ଜଣଙ୍କ ଅନ୍ୟ ଜଣେ ନାବାଳିକା କୁ ଧର୍ଷଣ କରି ଗିରଫ ହେଇଥିଲେ I ଘଟଣା କୁ ନେଇ ସାରା ଅଂଚଳ ରେ ଉତ୍ତେଜନା ଲାଗି ରହିଛି I

Leave a Reply

Your email address will not be published. Required fields are marked *