ସହିଦ ହେଇଗଲେ ଓଡ଼ିଆ ଯବାନ,ଅନେଇ ରହିଛି ଝିଅ ,ବାପା ଆସିଲେ ଲକ୍ଷ୍ମୀ ପୂଜା ବୁଲିବାକୁ ଯିବେ …

ଲକ୍ଷ୍ମୀ ପୂଜାରେ ସାରା ଓଡିଶା ଉତ୍ସବ ମୁଖର ହେଇଥିବା ବେଳେ ,ବାପା କଥା ଦେଇଥିଲେ ଲକ୍ଷ୍ମୀ ପୂଜାକୁ ଆସିବେ ଝିଅକୁ ବୁଲାଇ ଲକ୍ଷ୍ମୀ ପୂଜା ଦେଖାଇବେ i କଥା ରଖି ବାପା ବି ଫେରିଲେ ଲକ୍ଷ୍ମୀ ପୂଜାକୁ କିନ୍ତୁ ଜୀବନ୍ତ ଅବସ୍ଥାରେ ନୁହେଁ ,ସହିଦ ଭାବରେ I ସାରା ଓଡିଶା ତାଙ୍କ ପାଇଁ ଗର୍ବିତ କିନ୍ତୁ ନିରୀହ ଝିଅ କାନ୍ଦି କାନ୍ଦି ଲୋଟି ଯାଉଛି ,ବାପା ର ଅପେକ୍ଷା ଯେ ତା ପାଇଁ ସବୁ ଦିନ ପାଇଁ ଅପେକ୍ଷା ହେଇ ରହିଯିବ ସେ ଭାବନା ତାର ନଥିଲା Iଏ ଦୁଖଦଃ ଘଟଣା ଥିଲା କେନ୍ଦୁଝର ଜିଲ୍ଲା ଘସିପୁରା ଅନ୍ତର୍ଗତ ନଦୁଆ ଗ୍ରାମର I ସିଆରପିଏଫ୍‌ ୧୬୮ ବାଟାଲିୟନରେ ବ୍ରଜମୋହନ ଡ୍ରାଇଭର ଭାବରେ କାମ କରୁଥିଲେ I

ତେବେ 27.10.2018ଶନିବାର ଏକ ଅପରେସନରେ ମାଓବାଦୀମାନଙ୍କ ଆକ୍ରମଣ ରେ ତାଙ୍କ ଗାଡିଟି ବିସ୍ପୋରଣ ରେ ଜଳିଯାଇଥିଲା ଏବଂ ବ୍ରଜମୋହନ ସମେତ ୩ଜଣ ଯବାନ ଙ୍କର ମୃତ୍ୟୁ ହେଇଥିଲା I

ଗତକାଲି ଓଡ଼ିଶାରେ ତାଙ୍କ ମର ଶରୀର ପହଂଚିବା ପରେ ସିଆର୍‌ପିଏଫ୍‌ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ ଗ୍ରାମ ଅଭିମୁଖେ ନିଆଯାଇଛି I

Leave a Reply

Your email address will not be published. Required fields are marked *