23ହଜାର ଠିକା ବିଦ୍ୟୁତ କର୍ମଚାରୀ ଙ୍କୁ ରେଗୁଲାର କରିବାକୁ ମହାସଂଘ ର ମହା ଡାକରା

ଆଜିକା ଯୁଗରେ ବିଦ୍ୟୁତ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ହେଇଥିଲେ ମଧ୍ୟ ,ଓଡିଶା ସରକାର ବିଦ୍ୟୁତ ବିଭାଗ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି I ବିଦ୍ୟୁତ ବିଭାଗର ଘରୋଇକରଣ ନାମରେ ବଡ ବଡ କମ୍ପାନୀ ମାନଙ୍କୁ ଟେକିଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ,ବରଂ କମ୍ପାନୀ ମାନେ ହରିଲୁଟ କରି ଚାଲିଯାଇଛନ୍ତି I ରାଜ୍ୟରେ 70ଲକ୍ଷ ଉପଭୋକ୍ତା ଥିଲେ ମଧ୍ୟ ସେମାନଙ୍କ ପାଇଁ ସଠିକ ପରିମାଣରେ ଆବଶ୍ୟକ କର୍ମଚାରୀ ନାହାନ୍ତି I ବିଦ୍ୟୁତ ବିଭାଗରେ ଅନୁମୋଦିତ ହେଉଥିବା ଅର୍ଥ ଖର୍ଚ ନହେବା ଯୋଗୁ ଫେରିଯାଉଥିବା ବେଳେ କୌଣସି ବିଦ୍ୟୁତ ସାମଗ୍ରୀ କିଣାଯାଉନି କି ପୁରୁଣା ତାର ଖୁଣ୍ଟ ର ମରାମତି ହେଉନି,ମେଂଟନାନ୍ସ ପାଇଁ କର୍ମଚାରୀ ମଧ୍ୟ ନାହାନ୍ତି I ଯେଉଁଥିପାଇଁ ନିକଟ ଅତୀତ ରେ ଢେଙ୍କାନାଳ ରେ 7ଟି ହାତୀ ଅକାଳ ରେ ମୃତ୍ୟୁବରଣ କରିଥିଲେ I

ସେସୁ ର ଦେବାଳିଆ ପାଇଁ ଘରୋଇକରଣ ଟେଣ୍ଡର ରେ ଟାଟା ପାୱାର ଏବଂ ଇଣ୍ଡିଆ ପାୱାର ଭାଗ ନେଇଥିବା ବେଳେ,ତିନୋଟି ଫ୍ରାଞ୍ଚାଇଜ ବର୍ତମାନ କାର୍ଯ୍ୟ କରୁଛନ୍ତି I ଅନ୍ୟ ଡ଼ିସକମ ରେ ମଧ୍ୟ ଡିଭିଜନ ଗୁଡିକରେ ଏଜେନ୍ସି ଦ୍ୱାରା ବିଲିଂ ,କଲେକ୍ସନ ,ମେଣ୍ଟେନାନ୍ସ କରାଯାଉଛି I ପାଖାପାଖି ଓଡ଼ିଶାରେ 23000ହଜାର ଠିକା କର୍ମଚାରୀ ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ବେଳେ ଏମାନଙ୍କ କଥା କେହି ବି ବିଚାର କରୁନାହାନ୍ତିI ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କଣ୍ଟ୍ରୋଲ ରୁମ୍,ଷ୍ଟ୍ରକ୍ଚର ,ଫ୍ରାଞ୍ଚାଇଜ , ଏଜେନ୍ସି ଅଧୀନ ରେ 23ହଜାର ଠିକା କର୍ମଚାରୀ ଙ୍କୁ ରେଗୁଲାର କରିବା ପାଇଁ ଫେଡେରେସନ ସଭାପତି ଯତୀନ୍ଦ୍ର ରାୟ ଏକ ବୈଠକ ଡାକିଥିଲେ

ଯେଉଁଥିରେ ,ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ,ପଶ୍ଚିମ ବିଦ୍ୟୁତ ମହାସଂଘ ସଭାପତି ଲଳିତ ପଟନାୟକ ,ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ପ୍ରଶାନ୍ତ ମହାପାତ୍ର ,ସଂଜୀବ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ I

ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କୁ ରେଗୁଲାର କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଦିଆଯିବା ସହିତ ଏକ ବିଶାଳ ମହାସମାବେଶ ର ଆୟୋଜନ କରାଯିବ I

Leave a Reply

Your email address will not be published. Required fields are marked *