ଫେସବୁକ ଆଇଡି ଖୋଲିଲେ ବାବୁଶାନ ,ତାଙ୍କ ନାମରେ ଥିଲା 100ରୁ ଉର୍ଧ ନକଲି ଆଇଡି

ଆଜିର ଯୁଗରେ ସୋସିଆଲ ମିଡ଼ିଆ ଏକ ଏମିତି ପ୍ଲାଟଫର୍ମ ପାଲଟିଛି ଯେଉଁଥିରେ କି ଅତି କମ ସମୟ ମଧ୍ୟରେ ଯେ କୌଣସି ଦୂର ଦୂରାନ୍ତରେ ରହୁଥିବା ଲୋକେ ଅତି ସହଜରେ ଯୋଡି ହେଇପାରୁଛନ୍ତି I ସିଧାସଳଖ ବାର୍ତାଳାପ ମଧ୍ୟ କରିପାରୁଛନ୍ତି I ସବୁ ସେଲିବ୍ରିଟି ମାନେ ମଧ୍ୟ ସୋସିଆଲ ମିଡିଆରେ ନିଜ ଫ୍ୟାନ ମାନଙ୍କ ସହିତ ଯୋଡି ହେଇଥାନ୍ତି I କିନ୍ତୁ ଏହି ସୋସିଆଲ ମିଡିଆରେ ନିଜର ଆଇଡି ଖୋଲିବାକୁ ଓଡ଼ିଆ ସୁପରଷ୍ଟାର ବାବୁଶାନ ମହାନ୍ତି ନାକେଦମ ହେଇଛନ୍ତି ,

କାହିଁକିନା ତାଙ୍କ ନାମରେ ପାଖାପାଖି 100 ରୁ ଉର୍ଧ ଫେସବୁକ ପେଜ ଏବଂ ପ୍ରୋଫାଇଲ ଅଛି ଯାହା କି ନକଲି ଅଟେ I ଯେଉଁଥିପାଇଁ ଅସଲି ବାବୁଶାନ ଙ୍କୁ ଫେସବୁକ ନକଲି ଭାବି ତାଙ୍କ ନାମରେ ଆଇଡି ଖୋଲିବାକୁ ଦେଇନଥିଲା I ଏନେଇ ବାବୁଶାନ ସିଗ୍‌ନେଚର ୨୪ ପ୍ରଡକସନ୍ସ ସହିତ ଯୋଗାଯୋଗ କରିବାରେ ସିଗ୍‌ନେଚର ୨୪ ଟିମ୍ ର ସହାୟତାରେ ବାବୁଶାନ ତାଙ୍କ ଅସଲି ଆଇଡି ଖୋଲିପାରିଛନ୍ତି

ଏବଂ ଅନ୍ୟ ସମସ୍ତ ନକଲି ଆଇଡି ଖୁବ ଶୀଘ୍ର ବ୍ଲକକରିବାକୁ ଫେସବୁକ ଟିମ୍ କୁ ଅଭିଯୋଗ କରିଛନ୍ତି I
ବାବୁଶାନ ଙ୍କ ଅସଲି ଆଇଡି : https://www.facebook.com/mohantybabushaan/

Leave a Reply

Your email address will not be published. Required fields are marked *