ମା ବନିଲେ ସାନିଆ ମିର୍ଜା

ଟେନିସ ତାରକା ସାନିଆ ମିର୍ଜା ମଙ୍ଗଳବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।ସନିଆଙ୍କ ପତି କ୍ରିକେଟର ସୋଏବ୍ ମଲିକ୍ ଟୁଇଟର ଜରିଆରେ ପ୍ରସଂଶକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି।

କ୍ରୀଡା ଦମ୍ପତି ପୁତ୍ର ସନ୍ତାନର ନାମ ଇଜାନ୍ ମିର୍ଜା ମଲିକ୍ ରଖିଛନ୍ତି।ଆରବୀ ଭାଷାରେ ଇଜାନ୍ ର ଅର୍ଥ ଭଗବାନଙ୍କ ଉପହାର।ସେମାନଙ୍କ ପୁତ୍ର ଭଗବାନଙ୍କ ଉପହାର ହୋଇଥିବାରୁ ପୁତ୍ରର ନାମ ଇଜାନ୍ ରଖାଯାଇଛି।

ସୋଏବ୍ ଟୁଇଟର କହିଛନ୍ତି ଯେ,ପୁତ୍ର ଜନ୍ମ ଖବର ଦେଇ ମୁଁ ବେଶ୍ ଉତ୍ସାହିତ ଅଛି।ମା ଓ ପୁଅ ସୁସ୍ଥ ଅଛନ୍ତି।ଆପଣଙ୍କ ଶୁଭକାମନା ଆଉ ପ୍ରାଥ୍ରନ ପାଇଁ ଶୁଭେଚ୍ଛା।୨୦୧୦ ରେ ସାନିଆ ଓ ସୋଏବ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ଏହା ତାଙ୍କ ପ୍ରଥମ ସନ୍ତାନ।

ପାକିସ୍ତାନୀ କ୍ରିକେଟର ଙ୍କୁ ବିବାହ କରିବା କାରଣରୁ ତାଙ୍କୁ ଅନେକ ସମାଲୋଚନା ଶିକାର ହେବାକୁ ପଡ଼ିଥିଲା।ମାତ୍ର ସବୁ ସମାଲୋଚନା ପଛରେ ପକାଇ ସେ ଆଗକୁ ବଢିଥିଲେ।

Leave a Reply

Your email address will not be published. Required fields are marked *