ସାକ୍ଷୀଗୋପାଳ ମନ୍ଦିରର ଗୋପାଳଜୀଉଙ୍କ ଗର୍ଭଗୃହ ଫଟୋ ଭାଇରାଲ, ବେଫିକର ପ୍ରଶାସନ

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବକୁଳ ବନ ନିକଟରେ ଶ୍ରୀକୃଷ୍ଣଙ୍କ ମନ୍ଦିର ଅବସ୍ଥିତ ଯାହାକି ସାକ୍ଷୀଗୋପାଳ ଭାବରେ ସମଗ୍ର ବିଶ୍ଵର କୋଣାନୁକୋଣରେ ବେଶ ପରିଚିତ I କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଏହି ମନ୍ଦିରର ବେଶ ନାଁ ରହିଛି I ଓଡିଶା ପର୍ଯ୍ୟଟନ ଏବଂ ସଂସ୍କୃତି ମାନଚିତ୍ରରେ ମଧ୍ୟ ଏହା ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି I କିଛିଦିନ ତଳେ ନେପାଳ ନରେଶ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବାକୁ ଆସିଥିଲେ I ଓଡିଶା ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗରେ ସ୍ଥାନ ପାଇଥିବା ଗୋପାଳଜିଉଙ୍କ ବିଶେଷ ଗୁରୁତ୍ୱ ଥିବା ହେତୁ ଏହା ଭିତରକୁ ମୋବାଇଲ ନିସିଦ୍ଧ ଅଟେ I ଗୋପାଳଜୀଉଙ୍କ ଫଟୋ ଉଠାଇବା ଆଇନତଃ ଧର୍ତ୍ତବ୍ୟ ଅପରାଧ ଅଟେ ଏହାକୁ ନେଇ ମନ୍ଦିର ବହିର୍ଭାଗରେ ଏକ ସୂଚନା ଫଳକ ରହିଛି I

ତେବେ ଏତେ ସବୁ କଟକଣା ଥିବା ସତ୍ୱେ ଗୋପାଳଜିଉଙ୍କ ଗର୍ଭଗୃହ ଭିତର ଫଟୋ ସର୍ବସାଧାରଣରେ ଖୋଲା ଖୋଲି ବୁଲୁଚି I ମୋବାଇଲରୁ ମୋବାଇଲ ଭାଇରଲ ହେଉଛି I ଭାଇରଲ ହେଇଥିବା ଫଟୋକୁ ନୀରିକ୍ଷେଣ କଲେ ଜଣାପଡୁଛି ମୂର୍ତ୍ତି ଉପରେ ଫ୍ଲାସ ଲାଇଟ ପଡିଛି, କିନ୍ତୁ ମନ୍ଦିର ଭିତରେ ଫ୍ଲାସ ଲାଇଟ ପକାଇ ଫଟୋ ଉଠାଇଲା କିଏ ?

ଯଦି ଉଠା ଗଲା ଉପସ୍ଥିତ ଥିବା ସେବାୟତ ଜାଣିପାରିଲେ ନାହିଁ କିପରି ? କେବଳ ଏହି ଫଟୋ ନୁହେଁ ଵୃନ୍ଦାଵନ ଧାମ ନାମରେ ଏକ ଫେସବୁକ ପୃଷ୍ଠାରେ ଗୋପାଳଜୀଉଙ୍କର ଗର୍ଭଗୃହର କିଛି ଫଟୋ ରହିଥିଲେ ମଧ୍ୟ

ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ସ୍ଥାନୀୟ ଯୁବ ସମାଜ ଏବଂ ଭକ୍ତ ମାନଙ୍କୁ ଗଭୀର ଆଘାତ ଦେଇଛି I ଏନେଇ ମନ୍ଦିର ପ୍ରଶାସନ ତଥା ସାଧାରଣ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *