ସୁନ୍ଦରୀ କୁ ଧରିବାକୁ ହାତୀ ର ସହାୟତା ନେବ ବନ ବିଭାଗ

ଏହି ମଙ୍ଗଳବାର ସୁନ୍ଦରୀ ମିଶନ କୁ ଏକ ସପ୍ତାହ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ବାଘୁଣୀ ସୁନ୍ଦରୀ କୁ ଧରିବାରେ ଅସମର୍ଥ ହୋଇଛି ବନ ବିଭାଗ। ଘଂଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛି ବାଘୁଣୀ ସୁନ୍ଦରୀ।

ଅସନବହାନ ଠାରୁ ପ୍ରାୟ ୩ କିମି ଦୂର ଘଞ୍ଚ ଜଙ୍ଗଲ ରେ ବାଘୁଣୀ ରହିଥିବାର ବନ ବିଭାଗ କୁ ସୂଚନା ମିଳିଛି।

ତେବେ ଉଲ୍ଲେଖ ଥାଉ କି ଓୟୁଏଟି,ଶିମିଳିପାଳ ଏବଂ ନନ୍ଦନ କାନନ ଟ୍ରାଙ୍କୁ ଲାଏଜାର ଙ୍କୁ ଚଖମା ଦେଇ ଖସି ଯାଉଛି ସୁନ୍ଦରୀ ଏଥି ପାଇଁ ସରକାର ମଧ୍ୟ ପ୍ରଦେଶ ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପ ରୁ ୨ ଜଣ ଦକ୍ଷ ଟ୍ରାଙ୍କୁ ଲାଏଜାର ଙ୍କ ସହାୟତା ନେଇଛନ୍ତି ଓଡ଼ିଶା ସରକାର।

ବାଘୁଣୀ କୁ କାବୁ କରିବା ଏତେ ସହଜ ନୁହେଁ ଏବଂ ବାଘୁଣୀ କୁ ଧରିଆକୁ ଦୁଇଟି ପୋଷା ହାତୀ ର ସାହାଯ୍ୟ ନିଆ ଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *