ଆଜିଠାରୁ ପଲିଥିନ ସମ୍ପୂର୍ଣ୍ଣ ବ୍ୟାନ, ଜରି ଧରିଲେ ଦେବାକୁ ପଡିବ ଜୋରିମନା

ପଲିଥିନ ଜରି ବ୍ୟବହାର ଦ୍ୱାରା ପରିବେଶ ଉପରେ ପ୍ରଭାବ ପଡୁଥିବାରୁ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିଲା I ଏକ ମାସ ମଧ୍ୟରେ ସମସ୍ତ ପଲିଥିନ ଶେଷ କରିବାକୁ ଏକ ସମୟସୀମା ମଧ୍ୟ ଦିଆଯାଇଥିଲା I ତେବେ ୟା ମଧ୍ୟରେ ନିର୍ଧାରିତ ସମୟସୀମା ର ଅବଧି ଗତକାଲି ଶେଷ ହେଇଯାଇଛି I ନୂତନ ନିୟମ ଅନୁଯାଇ ଯଦି ଆଜିଠୁ ପଲିଥିନ ବ୍ୟବହାର କରାଯାଏ ତେବେ ଦୋକାନୀ ମାନେ ଦଣ୍ଡିତ ହେଇ ଜୋରିମାନା ଦେବେ I

ପ୍ରାପ୍ତ ସୂଚନା ଅନୁଯାଇ ଖାଉଟି ମାନଙ୍କ ପାଇଁ 200 ରୁ 1000 ପର୍ଯ୍ୟନ୍ତ ଜୋରିମାନା ହେଇଥିବା ବେଳେ ,ରାସ୍ତାକଡ ଦୋକାନ ପାଇଁ 1000 ରୁ 5000 ସହିତ ବଡ ହୋଟେଲ ମାନଙ୍କ ପାଇଁ 20ହଜାର ରୁ ଉର୍ଧ ଜୋରିମାନା ଆଦାୟ କରାଯିବ I ଏହାସହିତ ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଫୌଜଦାରୀ ମାମଲା ମଧ୍ୟ ଦାୟର ହେବ I

ସମସ୍ତ ଚେକ ଗେଟ ଗୁଡିକରେ କଡାକଡି ଏହି ନିୟମ ପାଳନ କରାଯିବା ସହିତ ପଲିଥିନ ବୋଝେଇ ଗାଡି ଧରାପଡ଼ିଲେ ଜେଲ ଦଣ୍ଡ ମଧ୍ୟ ଦିଆଯିବ I ତେବେ ପଲିଥିନ ଯେ ସମ୍ପୂର୍ଣ୍ଣ ବନ୍ଦ ହେଉଛି ତାହା କେବଳ କାର୍ଯ୍ୟରେ ଲାଗୁଚି ନା ଫାଇଲ ରେ ରହିଯାଉଛି ଦେଖିବାକୁ ବାକି ଅଛି I

Leave a Reply

Your email address will not be published. Required fields are marked *