ସୁର ମିଶିବେ କି ବିଜେପି ରେ ?? ଧର୍ମେନ୍ଦ୍ର ଙ୍କୁ କଂଗ୍ରେସ ବରିଷ୍ଠ ନେତା ସୁର ଙ୍କ ଭୂୟଃଶି ପ୍ରସଂଶା

ବିଜେପି ଏବଂ କଂଗ୍ରେସ ର ଅହିନକୁଳ ସମ୍ପର୍କ ଥିବାବେଳେ ରାଜ୍ୟ ରେ ମଧ୍ୟ ସମାନ କଥା କଂଗ୍ରେସ ବିରୁଧରେ ବିଜେପି ଏବଂ ବିଜେପି ବିରୁଧରେ କଂଗ୍ରେସ ସବୁବେଳେ ବିଷୋଦଗାର କରିବାରେ ବ୍ୟସ୍ତ I ତେବେ ଓଡିଶା କଂଗ୍ରେସ ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଘଟଣା I କଂଗ୍ରେସ ର ବରିଷ୍ଠ ନେତା ତଥା ଓଡିଶା କଂଗ୍ରେସ ର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଙ୍କ ଶଶୁର ସୁର ରାଉତରାୟ ବିଜେପି ର କେନ୍ଦ୍ର ମନ୍ତ୍ରୀ ତଥା ଓଡିଶା ମୁଖ୍ୟମନ୍ତ୍ରୀ ଫ୍ରେମ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପ୍ରସଂଶା ରେ ପୋତି ପକାଇଛନ୍ତି I ଧର୍ମେନ୍ଦ୍ର ଓଡିଶା ପାଇଁ ବହୁତ କିଛି କରିଛନ୍ତି ବିମାନବନ୍ଦର ଠୁ ସାର କାରଖାନା,ଯାଏଁ ଧର୍ମେନ୍ଦ୍ର ଙ୍କ ଅବଦାନ ଓଡିଶା ପାଇଁ ମନେରହିବ

I ଧର୍ମେନ୍ଦ୍ର ଙ୍କ କାମ ପାଇଁ ତାଙ୍କୁ ପ୍ରସଂଶା କରିବା କଥା ବୋଲି ଏକ ଗଣମାଧ୍ୟମ ବାଇଟ ରେ କହିବା ପରେ କଂଗ୍ରେସ ରେ କମ୍ପନ ସୃଷ୍ଟି ହେଇଚି I ତେବେ କିଛି ରାଜନେତା ସମୀକ୍ଷକ କୁହନ୍ତି ଯେ ଏବେ କଂଗ୍ରେସ ରେ ସୁର ଙ୍କ ବେଳା ଭଲ ନାହିଁ ,ଜ୍ୱାଇଁ ପୁଅ ସଭାପତି ହେଇଥିଲେ ଭାଲୁ ଭାଇନା କରିକା ଡିଆଁ ଡେଇଁ କରି ତାଙ୍କ ପଦ ଟାକୁ ଖାଇଦେଲେ ,ତାଙ୍କ ଜାଗାରେ ପୁଣି ଥରେ ନିରଞ୍ଜନ ଆସିଲେ I ନିରଞ୍ଜନ ଆସିବା ପରେ ସୁର ଙ୍କୁ ଜିଲ୍ଲାସଭାପତି କରିଦିଆଯାଇଛି ଯାହାକୁ ନେଇ ତାଙ୍କ ଅସନ୍ତୋଷ I ସୁର ବିଧାୟକ ହେବାକୁ ଇଛା ରଖିଥିବା ବେଳେ କଂଗ୍ରେସ ରେ ତାଙ୍କୁ ଟିକେଟ ମିଳିବ କି ନା ସେ ନେଇ ସେ ସନ୍ଦେହ ରେ ଅଛନ୍ତି ତେଣୁ ଏ ପରିପ୍ରେକ୍ଷୀରେ ସୁର ବିଜେପି ଆଡକୁ ଆକର୍ଷିତ ହେଇଥାଇପାରନ୍ତି ବୋଲି ସମୀକ୍ଷକ ମାନେ ମତାମତ ରଖିଛନ୍ତି I

Leave a Reply

Your email address will not be published. Required fields are marked *