ସାଧାରଣ ଲୋକଙ୍କ ପାଇଁ ସୁପ୍ରିମକୋର୍ଟ ର ଦ୍ୱାର ଖୋଲା ହେଲା : ଯେ କେହି ବି ସୁପ୍ରିମ କୋର୍ଟ ବୁଲି ଦେଖିପାରିବେ

ସୁପ୍ରିମ କୋର୍ଟ ମାନେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ I ନା ସେଠି ଥାଏ ଚିନ୍ହା ଜଣା ,ପାତରଅନ୍ତର ନା ପକ୍ଷପାତିତା ,ଯଦି ରାଜ୍ୟର ଊଂଚ୍ଚ ନ୍ୟାୟାଳୟ ରେ କାହାସହିତ ଅନ୍ୟାୟ ହେଇଥାଏ ତେବେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ର ଦ୍ୱାରସ୍ଥ ହେଇଥାଏ ନ୍ୟାୟ ପାଇବାକୁ I ତେବେ ଏହି ସୁପ୍ରିମ କୋର୍ଟ ଭିତର କିପରି ? କେମିତି ବିଚାର କରିଥାନ୍ତି ମାମଲାର ବିଚାରପତି ?? ସମସ୍ତଙ୍କ ମନରେ ପ୍ରାୟତଃ ଏକ ଇଛା ଥାଏ କି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭିତରେ ଟିକେ ପରିଦର୍ଶନ କରିବାକୁ I

କିନ୍ତୁ ସୁରକ୍ଷା ବଳୟ ଡେଇଁ ଭିତରକୁ ଯିବା ଏତେ ସହଜ ନଥିଲା ,କେବଳ ବିଚାରପତି, ଓକିଲ, ସାମ୍ବାଦିକ,ଏବଂ ଆସାମୀ ଙ୍କ ପାଇଁ ସୁପ୍ରିମକୋର୍ଟ ଦ୍ୱାର ଖୋଲା ଥିଲା I ଏବେ କିନ୍ତୁ ଅତି ସହଜ ରେ ଆପଣ ଙ୍କ ମନସ୍କାମନା ପୂରଣ ହେଇପାରିବ I ଏନେଇ ଖୋଦ ପ୍ରଧାନ ବିଚାରପତି କହିଛନ୍ତି ଯେ ସାଧାରଣ ଲୋକେ ସୁପ୍ରିମ୍ କୋର୍ଟ ବୁଲି ଦେଖିପାରିବେ I

ଏହା କେବଳ ସପ୍ତାହ ରେ ଗୋଟେ ଦିନ ଶନିବାରରେ ଯେ କୌଣସି ଲୋକ ଜଣେ ପଥପ୍ରଦର୍ଶକ ଙ୍କୁ ସାଙ୍ଗରେ ନେଇ ସକାଳ 10ଟାରୁ 1ଟା ପର୍ଯ୍ୟନ୍ତ ,ସୁପ୍ରିମ କୋର୍ଟ ର ବୁଲି ଦେଖିପାରିବେ I

Leave a Reply

Your email address will not be published. Required fields are marked *