ଭୁଲ୍ ରେ ବି ଦକ୍ଷିଣ ଦିଗ କୁ ଗୋଡ ଦେଇ ଶୁଅନ୍ତୁ ନାହିଁ,ମାଡି ଆସିବ ମହା ବିପଦ

ସାଧାରଣତଃ ଆମେ ଶୋଇଲା ବେଳେ ଧ୍ୟାନ ଦିଅନ୍ତି ନାହିଁ ଆମେ କେଉଁ ପଟକୁ ଗୋଡ଼ ଶୋଉଛୁ।କେଉଁ ଦିଗକୁ ମୁଣ୍ଡ ବା କେଉଁ ଦିଗକୁ ଗୋଡ଼ ଦିଅନ୍ତି ଇତ୍ୟାଦି।ହେଲେ ଏହି ସବୁ ଛୋଟ ଛୋଟ ଭୁଲ୍ ପାଇଁ ଆମକୁ ମାହାଙ୍ଗା ପଡିଥାଏ

।ଏହାଦ୍ବାରା ଆମ ଉପରେ ମଧ୍ୟ କୁପ୍ରଭାବ ମଧ୍ୟ ପଡ଼ିପାରେ।ବାସ୍ତୁ ଶାସ୍ତ୍ର ଅନୁସାରେ ଜଣେ ଲୋକର ଶୋଇବାର ଦିଗ ନିର୍ଦ୍ଧିଷ୍ଟ ହେବା ଦରକାର।ଯଦି ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଉଛନ୍ତି ତେବେ ଏହା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ବହୁତ୍ ଖରାପ୍ ପ୍ରଭାବ ପାକାଇଥାଏ।କେବଳ ବାସ୍ତୁ ନୁହେଁ ଏହାର ବୈଜ୍ଞାନିକ ଏବଂ ଧାର୍ମିକ କାରଣ ମଧ୍ୟ ରହିଛି।

ପ୍ରଥମେ ଜାଣିବା ବୈଜ୍ଞାନିକ କାରଣ –

ବିଜ୍ଞାନ ଅନୁସାରେ ପୃଥିବୀର ଦୁଇଟି ମେରୁ ଉତ୍ତର ଏବଂ ଦକ୍ଷିଣ।ଏହି ମେରୁରେ ଚୁମ୍ବକୀୟ ଶକ୍ତି ରହିଥାଏ।ଶାରୀରିକ ସଂଚରଣ ଅନୁସାରେ ଯଦି ଆପଣଙ୍କ ମୁଣ୍ଡ ଉତ୍ତର ଦିଗକୁ ଅଛି ତେବେ ଆପଣଙ୍କ ପାଦ ଦକ୍ଷିଣ ଦିଗକୁ ରହିବ।ଆପଣ ଏହିଭଳି ଶୋଇଲେ ଆପଣଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକେଇଥାଏ।

ଏହାର ଅର୍ଥ ଦୁଇ ବିପରୀତ ଦିଗ ଶରୀର ନିଜ ଆଡକୁ ଆକର୍ଷଣ କରିଥାନ୍ତି।ଏବଂ ଏଥିଯୋଗୁଁ ସ୍ଵାସ୍ଥ୍ୟ ଏବଂ ମସ୍ତିଷ୍କ ଉଭୟ ଉପରେ ଖରାପ୍ ପ୍ରଭାବ ପକେଇଥାଏ।ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ମଧ୍ୟ କୁହାଯାଇଛି ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଦ୍ଵାରା ବ୍ୟକ୍ତିଙ୍କର ଶାରୀରିକ ଶକ୍ତି କ୍ଷୟ ହୋଇଥାଏ।ସକାଳୁ ଉଠିବା ପରେ ଥକା ଲାଗିଥାଏ।କିନ୍ତୁ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ଵାରା ସ୍ବାସ୍ଥ୍ୟ ଭଲ ରହିଥାଏ।

ଧାର୍ମିକ କାରଣ –

ପୁରାଣ ଅନୁସାରେ ଦକ୍ଷିଣ ଦିଗରେ ଯମଙ୍କ ଦ୍ଵାରା ବୋଲି କୁହାଯାଏ।ଏହି ଦିଗକୁ ଗୋଡ଼ ରଖି ଶୋଇଲେ ଶରୀରକୁ ଦୋଷ ଲାଗିଥାଏ।ମହାଭାରତର ଅନୁଶାସନ ପର୍ବ,ପଦ୍ମ ପୁରାଣ ଏବଂ ସୃଷ୍ଟି ପୁରାଣ ଅନୁସାରେ ଦକ୍ଷିଣ ଦିଗକୁ ଗୋଡ଼ ରଖି ଶୋଇଲେ ବ୍ୟକ୍ତି ଅଳ୍ପ ଆୟୁଷ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *