ହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ସେସୁ ଜେଇ ଏବଂ ଫରେଷ୍ଟର

ଢେଙ୍କାନାଳ ବହୁ ଚର୍ଚିତ 7ହାତୀ ମୃତ୍ୟୁ ଘଟଣାରେ ଆଜି କ୍ରାଇମବ୍ରାଞ୍ଚ 3ଜଣ ଙ୍କୁ ଗିରଫ କରିଛି I ଗିରଫ ହେଇଥିବା ବ୍ୟକ୍ତି ଙ୍କ ମଧ୍ୟରେ ଅଛନ୍ତି ମେରାମଣ୍ଡଳୀ ସେକ୍ସନ୍‌ ଫରେଷ୍ଟର ପ୍ରଭାକର ରଣା, ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ ଏବଂ ସେସୁର ବହିଷ୍କୃତ ହେଇଥିବା କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି I ସୂଚନା ଥାଉ କି ଢେଙ୍କାନାଳ କମଳାଙ୍ଗ ନିକଟରେ 7ହାତୀ ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁବରଣ କରିଥିଲେ ଯାହାକୁ ନେଇ ସାରା ରାଜ୍ୟ ରେ ହଇଚଇ ସୃଷ୍ଟି ହେଇଥିଲା I

ଉଭୟ ଜଙ୍ଗଲ ବିଭାଗ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ଦୋଷ ଠେଲାଠେଲି ପରେ ଶେଷରେ 6ଜଣଙ୍କୁ ନିଲମ୍ବନ ଏବଂ ଜଣଙ୍କୁ ବହିସ୍କୃତ କରାଯାଇଥିଲା I ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଥିଲେ I ତଦନ୍ତ ପରେ ଆଜି ସେସୁ ର ବହିସ୍କୃତ ହେଇଥିବା ଜେଇ ଏବଂ ଫରେଷ୍ଟ ବିଭାଗ ରୁ ଦୁଇଜଣଙ୍କୁ ଗିରଫ କରାଯାଇଛି I ଅପରାଣଃ ରେ ସେମାନଙ୍କୁ କୋର୍ଟ ଫରୱାର୍ଡ଼ କରାଯିବ I

Leave a Reply

Your email address will not be published. Required fields are marked *