ବ୍ରାହ୍ମଣ ବିବାହ ରେ ଚିକେନ ରୋଷେଇ ଏବଂ ବଫେ ସିଷ୍ଟମ ହେବନି ,ବ୍ରାହ୍ମଣ ସମାଜ ର କଡା ନିୟମ

କେଜାଣି କାହିଁ କେଉଁ ଯୁଗରୁ ଜାତିଶ୍ରେଷ୍ଠ ଭାବରେ ବ୍ରାହ୍ମଣ ଙ୍କୁ ସନମାନୀତ କରାଯାଇଛି I ଘର ପ୍ରତିଷ୍ଠା ଠୁ ଜନ୍ମିତ ଶିଶୁର ନାମକରଣ ରୁ ମୃତ୍ୟୁ ର ଅନ୍ତିମ କ୍ରିୟା ଯାଏଁ ବ୍ରାହ୍ମଣ ର ଉପସ୍ତିତି ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହେଇ ରହିଆସିଛି I ବେଦ ଯଂଜ୍ଞ ଉପନିଷଦ କୁ ନିଜର ବ୍ରତ ଭାବରେ କIନ୍ଧରେ ଧାରଣ କରିଥାଏ ବ୍ରାହ୍ମଣ I ସଂସ୍କାର ନୀତିନିୟମ ରେ ବନ୍ଧା ,ଏବେ କିନ୍ତୁ ସମୟ ବଦଳିଲାଣି ଆଜିର ନୂତନ ପିଢ଼ି ସେହି ପୁରୁଣା ନୀତି ନିୟମ କୁ ମାନିବାକୁ ଅରାଜି

I ଯାହାକୁ ନେଇ ଏକାଠି ହେଇଥିଲେ ପାଖାପାଖି 4ଶହ ରୁ ଉର୍ଧ ବ୍ରାହ୍ମଣ I ଘଟଣାଟି କୋରାପୁଟ ଜିଲା ର କୁନ୍ଦୁରା ବ୍ଲକ ଅନ୍ତର୍ଗତ ଡଙ୍ଗରପାଉଁଶୀ ଗ୍ରାମପଞ୍ଚାୟତ ର I ଏହି ଗ୍ରାମ ପଂଚାୟତ ର ସମସ୍ତ ବ୍ରାହ୍ମଣ ଲକ୍ଷ୍ମୀ ନାରାୟଣ ମନ୍ଦିରଠାରେ ଏକ ବୈଠକ ଡ଼କାଇଥିଲେ I

ଏବଂ ନୂଆ କରି ଏକ ବ୍ରାହ୍ମଣ ସମାଜ ଗଠନ କରିଥିଲେ I ଏଥିରେ ଯୋଗ ଦେଇଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଲୋପ ପାଇଯାଉଥିବା ବ୍ରାହ୍ମଣ ସମାଜର ରୀତିନୀତି ,ପରମ୍ପରା କୁ କିପରି ଫେରେଇ ଅଣାଯାଇପାରିବ ସେ ନେଇ ବିଷୟରେ ଆଲୋଚନା କରିଥିଲେ । ଏବଂ ଆଗାମୀ ଦିନରେ ସମସ୍ତ ବ୍ରାହ୍ମଣ ମାନେ ଏକାଠି ହେଇ ରହିବାକୁ ଆହ୍ୱାନ ଦେଇଥିଲେ I ବ୍ରାହ୍ମଣ ରୀତିନୀତି ଅନୁଯାଇ କୌଣସି ବି ପୂଜା ,ଫଙ୍କସନ କିମ୍ବା କୌଣସି ବିବାହ କାର୍ଯ୍ୟକ୍ରମରେ କୁକୁଡା ମାଂସ ରୋଷେଇ କରାଯିବ ନାହ

ିଁ କିମ୍ବା ଆଧୁନିକ ପରମ୍ପରା ର ବଫେ ସିଷ୍ଟମ ରେ ଭୋଜି ହେବ ନାହିଁ I ବ୍ରାହ୍ମଣ ପରିବାରର କୌଣସି ବି ଲୋକ ଠିଆ ହେଇ ଖାଇବେ ନାହିଁ ଭୋଜିରେ ଏହାକୁ ଭଙ୍ଗ କଲେ ଜୋରିମାନା ଲାଗୁ କରାଯିବ I ଆଗାମୀ ଦିନରେ ଏହି ପ୍ରସ୍ତାବ କୁ ସାରା ରାଜ୍ୟରେ ପ୍ରଚାର କରାଯିବ ଯେପରି କୌଣସି ବ୍ରାହ୍ମଣ ପରିବାର ର ଭୋଜିରେ କୁକୁଡ଼ା ମାଂସ ରନ୍ଧା ନହୁଏ I

Leave a Reply

Your email address will not be published. Required fields are marked *