ସାନ ଭାଇ ସୌମ୍ୟ ଅଧାରୁ ହାତ ଛାଡି ଚାଲିଗଲେ ଏବେ ବଡଭାଇ ବଢ଼ାଇଛନ୍ତି କୃଷକ ଙ୍କୁ ସମର୍ଥନ ର ହାତ

ସମାଜରେ ସବୁଠୁ ନିଷ୍ପେସିତ ବର୍ଗ ହେଉଛି କୃଷକ I କଠିନ ପରିଶ୍ରମ କରି ମୁଣ୍ଡ ଝାଳ କୁ ତୁଣ୍ଡରେ ମାରି ଦେଶର ପ୍ରଗତି ରେ ସହାୟ ହେଉଥିବା ଚାଷୀଟି କିନ୍ତୁ ସବୁ କ୍ଷେତ୍ରରେ ଅବହେଳିତ I ଚାଷୀ ଙ୍କୁ ଉଚିତ ନ୍ୟାୟ ଦେବାକୁ
ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ଦାବିରେ ଅଣ୍ଟା ଭିଡ଼ିଥିଲେ ଆମ ଓଡିଶା ତଥା ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟ ପଟନାୟକ I ରାଜ୍ୟର ସବୁ ଜାଗାରେ ବୁଲି ବୁଲି କୃଷକ ମାନଙ୍କୁ ଏକାଠି କରାଇ ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ର ସ୍ବପ୍ନ ଦେଖାଇ ବିଶାଳ ସମାବେଶ କରାଇଥିଲେ I ବହୁବାର ଗାଁ ରୁ ରାଜଧାନୀ ପଦଯାତ୍ରା ମଧ୍ୟ କରାଇଥିଲେ I କିନ୍ତୁ ନିଜର ସ୍ୱାର୍ଥ ହେଉ କିମ୍ବା କୌଣସି ପରିସ୍ଥିତି ର ଚାପ ହେଉ ଶେଷରେ ନବୀନ ଏବଂ ବିଜେଡି କୁ ତୀବ୍ର ବିରୋଧ କରୁଥିବା ସୌମ୍ୟ ନବୀନ ଙ୍କ ଶରଣ ପଶିଥିଲେ ଏବଂ ସକାଳେ ବିଜେଡି ରେ ଯୋଗ ଦେଇ ସନ୍ଧ୍ୟାରେ ସାଂସଦ ହେଇଥିଲେ I

ଏହାପରେ ଚାଷୀଙ୍କ ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ସତେ ଯେପରି ଅଧା ବାଟରେ ଦିଗ ହରା ହେଇପଡିଥିଲା I ଆଉ ଦେଖିବାକୁ ମିଳିନଥିଲା ପୂର୍ବପରି ସେ ଆନ୍ଦୋଳନ ସମାବେଶ I ତେବେ ଅଧା ବାଟରେ ହାତ ଛାଡି ଚାଲିଯିବା ପରେ ପୁଣି ଥରେ ନିଜର ଅଣ୍ଟା ସଳଖି ଆଗକୁ ବଢିବାକୁ ଚେଷ୍ଟା କରିଛି କୃଷକ ନବ ନିର୍ମାଣ ସଂଗଠନ ।

ତେବେ ସବୁଠାରୁ ଚକିତ କର ଘଟଣା ହେଉଛି ସାନ ଭାଇ ଅଧାରୁ ହାତ ଛାଡି ସାଂସଦ ହେଇଯିବା ପରେ କୃଷକ ସଙ୍ଘଠନ କୁ ସମର୍ଥନ ର ହାତ ବଢ଼ାଇଛନ୍ତି ତାଙ୍କ ବଡ ଭାଇ ନିରଞ୍ଜନ I

କଟକରେ ସଂଗଠନର ପଦଯାତ୍ରାକୁ ନିରଞ୍ଜନ ପଟ୍ଟନାୟକ ସ୍ବାଗତ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ସରକାର କୁ ଆସିଲେ ସେମାନଙ୍କ ପାଇଁ ବହୁତ କିଛି କରିବାର ପ୍ରତିଶ୍ରୁତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *