ଘରୋଇ ଉପାୟ ରେ ଏପରି କରିବା ଦ୍ୱାରା ମାତ୍ର ୨ ମିନିଟ୍ ରେ ଘରୁ ପଳେଇବେ ସବୁ ମୁଷା

ମୂଷା ସାଧାରଣତଃ ସମସ୍ତଙ୍କ ଘରେ ରହିଥାନ୍ତି I ଘର ର ଲୁଗାପଟା ,ଦରକାର କାଗଜପତ୍ର ସବୁ କିଛି ବେଳେବେଳେ ମୂଷା କାଟି ନଷ୍ଟ କରିଦେଇଥାଏ I ବେଳେବେଳେ ଏମାନଙ୍କ ପ୍ରାଦୁର୍ଭାବ ଏପରି ବଢିଯାଏ କି ଘର ଲୋକ ବିରକ୍ତ ହେଇ ଏମାନଙ୍କୁ ମାରିବାକୁ ଚେଷ୍ଟା କଲେ ମଧ୍ୟ ସମ୍ଭବ ହେଇପାରିନଥାଏ I କେତେବେଳେ ମୂଷା ମାରି ଔଷଧ ତ ଆଉ କେତେବେଳେ ଯନ୍ତା ବସାଇଥାଏ I ତେବେ ଘରୋଇ ଉପାୟ ରେ ଅତି ସହଜରେ ଆମେ ମୁଷାକୁ ତଡି ଦେଇପାରିବI

I ଉପାୟ :-1)ପୋଦିନା ମୂଷା ଯେଉଁଠାରେ ଗାତ କରିଥାଏ ସେହି ସ୍ଥାନରେ ପୁଦିନା ତେଲ ରେ ଏକ କପଡା ବୁଡାଇ ରଖିଦିଅନ୍ତୁ ,ଏହି ଗନ୍ଧ କୁ ସହ୍ୟ କରିବା ମୂଷା ପାଇଁ କଷ୍ଟ ଅଟେ ତେଣୁ ବାଧ୍ୟ ହେଇ ମୂଷା ଘର ଛାଡି ପଳାଇଥାଏ I

2)ପିଆଜ ;ପିଆଜ ଏପରି ଏକ ଜିନିଷ ଯାହାକି ସମସ୍ତଙ୍କ ଘରେ ଅତି ସହଜରେ ମିଳିପାରିବ I ତେବେ ପିଆଜ ଦ୍ୱାରା ମଧ୍ୟ ମୁଷାକୁ ଘରୁ ତଡି ଦିଆଯାଇପାରିବ I ମୂଷା ଯିବା ଆସିବା କରୁଥିବା ବାଟରେ ଅଳ୍ପ ପିଆଜ କୁ କାଟି ଗୁଣ୍ଡ କରି ପକାଇ ଦିଅନ୍ତୁ ,ପିଆଜ ଗନ୍ଧରେ ମୂଷା ଭୁଲ ରେ ବି ସେହି ସ୍ଥାନ ମାଡ଼ିନଥାଏ I 3)ଲାଲ ଲଙ୍କା

: ମୁଷାର ଲଙ୍କାକୁ ପ୍ରାଣେ ଭୟ ,ଯଦି ଆପଣ ମୂଷା ଦ୍ୱାରା ହଇରାଣ ହେଉଛନ୍ତି ତେବେ ମୂଷା ଯିବା ଆସିବା କରୁଥିବା ଜାଗାରେ ଲାଲ ଲଙ୍କା ଗୁଣ୍ଡ ରଖିଦିଅନ୍ତୁ ମୂଷା କଦାପି ସେହି ସ୍ଥାନ ମାଡ଼ିବ ନାହିଁ I

Leave a Reply

Your email address will not be published. Required fields are marked *