ଦୋ ଛକିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ :ଜମି ଅଧିଗ୍ରହଣ ପାଇଁ ସରକାର ଙ୍କ ପାଖରେ ନାହିଁ ପଇସା

ସତ୍ୟବାଦିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କୁ ନେଇ
(ଓଡିଶା Exclusive :ସତ୍ୟବାଦୀ )ଐତିହାସିକ ସତ୍ୟବାଦୀ ର ବକୁଳବନ ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ଗୋପବନ୍ଧୁ ଜୟନ୍ତୀ ରେ ଏକ ବିଶ୍ୱବିଦ୍ୟାଳୟ ର ଶିଳାନ୍ୟାସ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ I

ୟା ମଧ୍ୟରେ ଦୀର୍ଘ ଏକ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହେଇପାରିନାହିଁ I ପ୍ରସ୍ତାବିତ ଜମି ଅଧିଗ୍ରହଣ ପାଇଁ ଅର୍ଥ ସାଜିଛି ବାଧକ I ମିଳିଥିବା ସୂଚନା ଅନୁଯାଇ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଚିହ୍ନଟ ହେଇଥିବା ଗୋପୀନାଥ ଜୀଉ ଟ୍ରଷ୍ଟ ବୋର୍ଡ ର ୨୮ ଏକର ୮୭ ଡିସିମିଲ୍‌ ଜମି କୁ କିଣିବା ପାଇଁ ସରକାର ଙ୍କ ପାଖରେ ଅର୍ଥ ନାହିଁ ,ଯେଉଁଥିପାଇଁ ଶିଳାନ୍ୟାସ ର ଏକ ମାସ ବିତିଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ ହେଇପାରୁନାହିଁ I

ପ୍ରାପ୍ତ ସୂଚନା ଅନୁଯାଇ ଜମି ଅଧିଗ୍ରହଣ ପାଇଁ ସରକାର ଙ୍କ ବ୍ୟୟବରାଦ ଅନୁଯାଇ ୧୦ କୋଟି ଟଙ୍କା ମଂଜୁର ହେଇଥିବା ବେଳେ ବର୍ତମାନ ମୂଲ୍ୟ ଅନୁଯାଇ ଚିହ୍ନଟ ଜମିର ମୂଲ୍ୟ ପାଖାପାଖି ୩୫ କୋଟି ଟଙ୍କା ରୁ ଉର୍ଦ୍ଧ ଯେଉଁଥିପାଇଁ ଜମି କିଣିବା ନେଇ ସମସ୍ୟା ସୃଷ୍ଟି ହେଇଚି I

ତେବେ ଓଡ଼ିଆ ବିଶ୍ଵବିଦ୍ୟାଳୟ ସ୍ଥାପନ ଆରମ୍ଭ ରୁ ଏମିତି ସମସ୍ୟା ସୃଷ୍ଟି ହେଲାଣି ଆଗାମୀ ସମୟ କହିବ ଏ ସ୍ବପ୍ନ ସତରେ ପୂରଣ ହେବ ନା କେବଳ ରାଜନୀତି ଇସ୍ତାହାର ହେଇ ରହିଯିବ I(ସତ୍ୟବାଦୀ ରୁ ରିପୋର୍ଟ :ଲକି )

Leave a Reply

Your email address will not be published. Required fields are marked *