ବଲିଉଡ୍ କୁ ଆସିଲେ ସଲମାନ୍ ଙ୍କ ଭାଣିଜି:ଜାଣନ୍ତୁ ଙ୍କୁ ଫିଲ୍ମ୍ ରେ କରିବେ ଡେବ୍ୟୁ

ଅଭିନେତା ସଲମାନ୍ ଖାନ୍ ବଲିଉଡ୍ ଜଗତରେ ବହୁ ନୂଆ କଳାକାରଙ୍କୁ କାମ କରିବାରେ ସୁଯୋଗ ଦେଇଥାନ୍ତି।ଠିକ୍ ଏମିତି ଆଉ ଜଣେ ନୂଆ କଳାକାରଙ୍କୁ ସେ ତାଙ୍କ ଫିଲ୍ମ୍ ‘ ଦବଂଗ ୩ ‘ ରେ କାମ କରିବାର ସୁଯୋଗ ଦେଉଛନ୍ତି।

ସେହି କଳାକାର ହେଲେ ତାଙ୍କ ଭାଣିଜି ଅଲିଜେ ଅଗ୍ନିହୋତ୍ରୀ।ଫିଲ୍ମରେ ପ୍ରବେଶ କରିବାକୁ ନେଇ ସେ ବହୁତ୍ ଉତ୍ସାହିତ ଅଛନ୍ତି।ସେଥିପାଇଁ ସେ କୋରିଓଗ୍ରାଫେର ସରୋଜ ଖାନଙ୍କ ଠାରୁ ନୃତ୍ୟ ଶିକ୍ଷା କରୁଛନ୍ତି।ଏହାସହ ଅଭିନୟ କ୍ଲାସରେ ଯୋଗ ମଧ୍ୟ ଦେଇଛନ୍ତି।

ଫିଲ୍ମ୍ ନିର୍ମାତା ତଥା ସଲମାନ୍ ଙ୍କ ଭାଇ ଅର୍ବାଜ୍ ଖାନ୍ ପ୍ରଥମରୁ ହିଁ ଅଭିନେତ୍ରୀ ସୋନକ୍ଷି ସିନହାଙ୍କୁ ତାଙ୍କ ଫିଲ୍ମର ନାଇକା ଘୋଷଣା କରିଦେଇଥିଲେ। ଅଲିଜେ ଏହି ଫିଲ୍ମରେ ସହ ନାଇକା ଚରିତ୍ରରେ ଅଭିନୟ କରିବେ।ସଲମାନ୍ ଙ୍କ ସାନଭଉଣୀ ଅଲବିରା ଅଗ୍ନିହୋତ୍ରି ଏବଂ ଅତୁଲ୍ ଅଗ୍ନିହୋତ୍ରୀଙ୍କ ଝିଅ ହେଉଛନ୍ତି ଅଲିଜେ। ଅଲବିରା ଜଣେ ଫ୍ୟାସନ୍ ଡିଜାଇନର।ସେ ସୁଲତାନ ଫିଲ୍ମ୍ ପାଇଁ ବେଷ୍ଟ୍ କଷ୍ଟୁମ୍ ଡିଜାଇନ ଆୱାର୍ଡ଼ ମଧ୍ୟ ନିକଟରେ ପାଇଛନ୍ତି।

Leave a Reply

Your email address will not be published. Required fields are marked *