କାହିଁକି ଭଗବାନ୍ ଗଣେଶ ମାତା ତୁଳସୀ ଙ୍କୁ ବୃକ୍ଷ ହେବାର ଅଭିଶାପ ଦେଇଥିଲେ

ଆଜି ଆମେ ଜାଣିବା ଗଣେଶ ତୁଳସୀ କଥା। ଯେଉଁଥି ପାଇଁ କି ଗଣେଶ ମାତା ତୁଳସୀ ଙ୍କୁ ଗଛ ହେବାର ଅଭିଶାପ ଦେଇଥିଲେ।

ଏହା ହେଉଛି ସେହି ବେଳ ର ଘଟଣା ଯେତେବେଳେ ମାତା ତୁଳସୀ ନବ ଯୌବନ ରେ ଉପନୀତ ହୋଇ ତୀର୍ଥ ନିମନ୍ତେ ଗଙ୍ଗା ନିକଟରେ ପହଞ୍ଚିଲେ। ସେଠାରେ ମାତା ତୁଳସୀ ଗଣେଶ ଙ୍କୁ ଦେଖିଲେ। ତାଙ୍କର ସେତେବେଳେ ସୁନ୍ଦରତା ଏବଂ ନବ ଯଉବନ ଥିଲା ମାତ୍ର ତାଙ୍କ ସୁନ୍ଦରତା ଗଣେଶ ଙ୍କ ମନ ହରଣ କରିବାର ଶକ୍ଷମତା ନଥିଲା। ଯିଏ କି ଜିତେନ୍ଦ୍ରିୟ ଥିଲେ।

ସବୁ ଇନ୍ଦ୍ରିୟ କୁ ଜୟ କରିଥିଲେ। ଭଗବାନ ଗଣେଶ ଙ୍କୁ ଦେଖି ତୁଳସୀ ଙ୍କ ମନ ତାଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିଲା। ସେ ତାଙ୍କ ପାଖକୁ ଯାଇ ତାଙ୍କ ଲମ୍ବୋଦର ତଥା ତାଙ୍କ ଗଜମୁଖ ହେବାର କାରଣ ପଚାରି ତାଙ୍କୁ ଉପହାସ କରିବାକୁ ଲାଗିଲେ। ଯାହା ଫଳରେ ଗଣେଶ ଙ୍କ ଧ୍ୟାନ ଭଙ୍ଗ ହେଲା। ଏବଂ ସେ ତୁଳସୀ ଙ୍କୁ ପଚାରିଲେ ସେ କିଏ। ଏବଂ ତାଙ୍କୁ ମାତା ମଧ୍ୟ ସଂଵୋଧନ କଲେ। ସେ ତାଙ୍କୁ କହିଲେ ତପସ୍ୱୀ ମାନଙ୍କ ଧ୍ୟାନ ଭଙ୍ଗ କରିବ ଅପରାଧ।

ମାତା ତୁଳସୀ କହିଲେ ମୁଁ ମଧ୍ୟ ତପସ୍ୟା ରତ। ମୁଁ ସ୍ବାମୀ ଅନୁସନ୍ଧାନ ରେ ଅଛି। ଆପଣ ମୋ ସ୍ବାମୀ ବନିଯାନ୍ତୁ। ତୁଳସୀ ଙ୍କ କଥା ଶୁଣି ଅଗାଧ ବୁଦ୍ଧି ସମ୍ପନ୍ନ ଗଣେଶ ବିଷ୍ଣୁ ଙ୍କୁ ସ୍ମରଣ ତୁଳସୀ ଙ୍କୁ କହିଲେ କି ହେ ମାତା। ବିବାହ କରିବାକୁ ମୋର ଟିକେ ହେଲେ ବି ଇଚ୍ଛା ନାହିଁ। ମୁଁ ଏହି ବନ୍ଧନ ରେ ବାନ୍ଧି ହେବାକୁ ଚାହୁନହିଁ। ସେଥି ପାଇ ମୋ ପାଖରୁ ମନ ଫେରାଇ ନିଅନ୍ତୁ। ଏବଂ ଅନ୍ୟ କୌଣସି ପତି ସନ୍ଧାନ କରନ୍ତୁ। ଏହା ଶୁଣି ମାତା ତୁଳସୀ ସାପ ଦେଲେ କି ଆପଣଙ୍କ ବିବାହ ନିଶ୍ଚୟ ହେବା।

ଏହା ଶୁଣି ଗଣେଶ ପ୍ରବଳ ରାଗି ଗଲେ ଓ ସାପ ଦେଇ କହିଲେ କି ଆପଣ ନିସନ୍ଦେଃ ଅସୁର ଙ୍କ ଦ୍ଵାରା ଗ୍ରସ୍ତ ହେପ ଏବଂ ତା ପରେ ମହା ପୁରୁଷ ଙ୍କ ସାପ ଦ୍ବାରା ଗଛ ହେବ। ଏହା ଶୁଣି ତୁଳସୀ ଗଣେଶ ଙ୍କ ସ୍ତୁତି କଲେ। ଯାହା ଦ୍ବାରା ଭଗବାନ ଗଣେଶ ପ୍ରସନ୍ନ ହେଲେ ଓ କହିଲେ ତୁମେ ଭଗବାନ ବିଷ୍ଣୁ ଙ୍କ ଅତି ପ୍ରିୟ ହବ। ସବୁ ଦେବଦେବୀ ତୁମକୁ ଅତ୍ୟନ୍ତ ଭଲ ପାଇବେ।

ତୁମ ପାଇଁ କରାଯାଇଥିବା ପୂଜା ମନୁଷ୍ୟ ପାଇ ମୁକ୍ତି ଦାୟିନୀ ହେବ। ତା ପରେ ଦେବୀ ତୁଳସୀ ମନ ଦୁଃଖରେ ଯାଇ ପୁଷ୍କର ରେ ପହଞ୍ଚିଲେ। ସେଠାରେ ଦୀର୍ଘ ଦିନର ତପସ୍ୟା ପରେ ସେ ଭଗବାନ ଗଣେଶ ଙ୍କ ସାପ ଅନୁସାରେ ଅସୁର ରାଜା ସଂଖଚୁଡ଼ ଙ୍କ ପତ୍ନୀ ବନିଲେ। ତାପରେ ଭଗବାନ ଶଙ୍କର ଙ୍କ ଦ୍ଵାରା ଅସୁର ରାଜା ସଙ୍କଚୁଡ଼ ଙ୍କ ବଦ୍ଧ ହେଲା। ତାପରେ ନାରାୟଣ ପ୍ରିୟ ତୁଳସୀ ବୃକ୍ଷ ରେ ପରିଣତ ହୋଇ ଗଲେ।

Leave a Reply

Your email address will not be published. Required fields are marked *