ସାଧାରଣତଃ ଦୀପାବଳୀ ରେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ଲୋକ ମନେ ଅଲଗା ଅଲଗା ବିଧି ବିଧାନ ରେ ପୂଜା ପାଠ କରନ୍ତି।ଦେବୀ ଲକ୍ଷ୍ମୀ ଙ୍କ ଆରାଧନା କରନ୍ତି ଓ ଫଳ ର କାମନା କରନ୍ତି।
ତେଣୁ ଆଜି ଆମେ ଅପରି କିଛି ଜିନିଷ ଜାଣିବା ଯାହାକୁ ଆପଣଙ୍କ ଘର ଆଗରେ କଲେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ।
1.ନିଜ ଘର ର ଆଗରେ ଏକ ପତ୍ର ରେ କିଛି ପାଣି ଭରି ସେଥିରେ କିଛି ଫୁଲ ରଖି ଦିଅନ୍ତୁ ଏବଂ ତାକୁ ମହମବତୀ ରେ ସଜନ୍ତୁ। ଏପରି କଲେ ମହା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହୋଇ ଥାଏ
2. ଘର ଆଗରେ ମହା ଲକ୍ଷ୍ମୀ ଙ୍କ ପାଦ ଚିଂହ ଲଗାନ୍ତୁ।
ଏହି ପାଦ ଚିହ୍ନ ଘରକୁ ଯିବା ପରି ଲାଗେଇବେ। ଏପରି କଲେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ
3. ଦୀପାବଳୀ ଦିନ ଘର ର ଦ୍ଵାର ବନ୍ଧରେ ତ୍ୱରଣ ନିଶ୍ଚୟ ଲଗାଇବେ। ଆପଣ ଆମ୍ବ ପତ୍ର ର ତ୍ଵରଣ ମଧ୍ୟ ଲଗେଇ ପାରନ୍ତି। ଏହାଦ୍ୱାରା ମହା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ଘରକୁ ନକାରାତ୍ମକ ଶକ୍ତି ର ପ୍ରବେଶ ହୋଇ ପରେ ନାହିଁ।
4. ପଦ୍ମ ଫୁଲ ଉପରେ ବିରାଜମାନ ଲକ୍ଷ୍ମୀ ଙ୍କ ଫଟୋ ହିଁ କିଣନ୍ତୁ କିମ୍ବା ଲକ୍ଷ୍ମୀ ଙ୍କ ସହ ଗଣେଶ ଙ୍କ ବିରାଜମାନ ଫଟୋ କୁ ପୂଜା କରନ୍ତୁ।
ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇ ଥାଏ।
5. ଦୀପାବଳୀ ଦିନ ପୂଜା ଘର ର ଦ୍ବାରା ବନ୍ଧ ରେ ସ୍ଵସ୍ତିକ ଚିହ୍ନ ବନେଇବା ଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ। ଯେ ପର୍ଯ୍ୟନ୍ତ ସ୍ଵସ୍ତିକ ଚିହ୍ନ ଘର ର ଦ୍ଵାର ରେ ଥିବା ସେ ପର୍ଯ୍ୟନ୍ତ ଘରକୁ କୌଣସି ବି ଖରାପ ଶକ୍ତି ପ୍ରବେଶ କରି ପାରିବ ନାହିଁ ଏବଂ ମା ଲକ୍ଷ୍ମୀ ବିଶେଷ ପ୍ରସନ୍ନ ରହିବେ।