ବକ୍ସିଂ ଟୁର୍ଣ୍ଣମେନ୍ଟ ରେ ଦେଖା ଦେବେ ଅର୍ଚ୍ଚିତା

ଅର୍ଚ୍ଚିତା ହେବେ ଚମ୍ପିୟାନ। ବାଜି ମାରିବେ।ସମସ୍ତଙ୍କୁ ପଛରେ ପକାଇ ପିନ୍ଧିବେ ବିଜୟ ଟୀକା।ତାଙ୍କ ପ୍ରତିଭା ଆଗରେ ପ୍ରତଦ୍ୱନ୍ଦୀ ହେବେ ଧରାଶାୟୀ।ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି।

ଆଜ୍ଞା ହିଁ,ଅଭିନେତ୍ରୀ ଅର୍ଚ୍ଚିତା ଏବେ ଅଭିନୟ ମଇଦାନ ରେ ରହି ସିଧାସଳଖ ଲମ୍ଫ ମାରିଛନ୍ତି ବକ୍ସିଂ ଦୁନିଆକୁ।ଏଥିପାଇଁ କଣ କମ୍ କସରତ୍ କରିବାକୁ ପଡିଛି ତାଙ୍କୁ।ତଥାପି ସେ ଜିତିଛନ୍ତି ଆଉ ଖୁବ୍ ଶୀଘ୍ର ଚାମ୍ପିଅନ ହେବାକୁ ଯାଉଛନ୍ତି।ଯେହେତୁ ବକ୍ସିଂ କୁ ନେଇ ପ୍ରଥମ ଥର ଓଡ଼ିଆରେ ଏକ କ୍ରୀଡାଭିତ୍ତିକ ଫିଲ୍ମ୍ ପ୍ରସ୍ତୁତ ହୋଇଛି।

ତେଣୁ ସେ ତ ଚାମ୍ପିଅନ ହେବାର କଥା।କାହିଁକି ନା ଫିଲ୍ମ୍ ର ମୁଖ୍ୟ ଭୂମିକା ଅର୍ଚ୍ଚିତା ଅଭିନୟ କରିଛନ୍ତି।କାହାଣୀ ଅନୁସାରେ ନିଜର ଲକ୍ଷ ପୂରଣ କରିବାକୁ ଯାଇ ସେ ଆନ୍ତର୍ଜାତୀୟ ସ୍ଥରରେ ଦେଶକୁ ଗୌରବନ୍ୟୁତ କରିଛନ୍ତି ବକ୍ସିଂ ଟୁର୍ନାମେଣ୍ଟ ରେ ବିଜୟ ହାସଲ କରିଛନ୍ତି।ବଡ଼ କଥା ହେଲା ତାଙ୍କ ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଯାଇ ଫିଲ୍ମର ଶୀର୍ଷକ ମଧ୍ୟ ରହିଛି ‘ ଚାମ୍ପିଅନ ‘ ।

ଆଉ ଏହାର ନିର୍ମାଣରେ ହାତ ଦେଇଛନ୍ତି ଡଙ୍ଗ୍ୟୁ ଏଣ୍ଟର୍ଟେନ୍ମେଣ୍ଟ।ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି କେ. ମୁରଲୀ କ୍ରିଷ୍ଣା।ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଏନ୍.ଗଙ୍ଗାଧର ଓ ଦୀପ୍ତି।ପ୍ରଯୋଜନା ସଂସ୍ଥାର ପ୍ରସ୍ତୁତି ଅନୁସାରେ ଅର୍ଚ୍ଚିତାଙ୍କ ଏହି ଫିଲ୍ମ୍ ଆସନ୍ତା ଡ଼ିସେମ୍ବର ରେ ରିଲିଜ୍ ହେବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *