ରକ୍ତ ଖୋଜୁଛି ବାପା ର ସ୍ନେହ ,ନିଜ ପୁଅଏବଂ ଦ୍ୱିତୀୟ ସ୍ତ୍ରୀ କୁ ଆଡେଇ ଦେଇଛନ୍ତି ଯାତ୍ରା ଟାଇଗର ଦୈତାରୀ

ସାମ୍ନା କୁ ଆସିଲା ଦୈତାରୀ ଙ୍କ ଘୃଣିତ କଦର୍ଯ୍ୟ ପରଦା ପଛର ଅସଲି ଭିଲିଆନ:-
ରାଜ୍ୟର ଏକ ଅଗ୍ରଣୀ ଗଣମାଧ୍ୟମ ରେ ଯାତ୍ରା ବାଦଶାହା ଦୈତାରୀ ପଣ୍ଡା ଙ୍କ ଦ୍ୱିତୀୟ ପରିବାର ବିଷୟରେ ଖୁଲାଶା ହେବା ପରେ ଏବେ ଚାରିଆଡୁ ଏହି ଘଟଣା ନେଇ ଚର୍ଚ୍ଚା ଲାଗିରହିଛି I ଅଭିନୟ ଦୁନିଆରେ ଖଳନାୟକ ଅଭିନୟ କରୁଥିବା ଦୈତାରୀ ଙ୍କ ପରଦା ପଛର ଏପରି ସାଙ୍ଘାତିକ ଭିଲିଆନ ପଣ କୁ କେହି ବି ସହଜ ରେ ହଜମ କରିପାରୁନାହାନ୍ତି I ବିଗତ ଦିନର ସୁନାମଧନ୍ୟ ନାୟିକା ଲତା ମଣ୍ଡଳ ଙ୍କୁ ଭଲପାଇ ବିବାହ କରିଥିଲେ ଦୈତାରୀ I କ୍ରମଶଃ ଯାତ୍ରା ରୁ ଦୂରେଇଯାଇଥିଲେ ଲତା କିନ୍ତୁ ଏବେ ବି ଭୁଲିପାରିନାହାନ୍ତି ସ୍ୱାମୀଙ୍କୁ I

ୟା ଭିତରେ ଦୀର୍ଘ 25ବର୍ଷ ବିତିଯାଇଛି କେବେ ବି କାହା ଆଗରେ ଜଣାଇନାହାନ୍ତି ନିଜର କୋହ କୁ କି ମାଗିନାହାନ୍ତି ନିଜର ଅଧିକାର I ଚୁପଚାପ ସବୁ ଯନ୍ତ୍ରଣା କୁ ଏକା ଏକା ପିଇଗଲେ I ଏବେ କିନ୍ତୁ ଆଉ ପାରୁନାହାନ୍ତି ବୟସ ର ଅପରIଣଃ ରେ ନିଜ ପୁଅ ପ୍ରତି ହେଇଥିବା ଅନ୍ୟାୟ ପାଇଁ ପଶ୍ଚାତାପ କରୁଛନ୍ତି ଲତା I ଭଲ ପାଇ ବହୁତ ବଡ ଭୁଲ କରିଦେଇଛନ୍ତି ବୋଲି ସ୍ୱୀକାର କରୁଛନ୍ତି I ପାଖରେ 23ବର୍ଷ ର ଯୁବକ ପୁଅ I

ସବୁବେଳେ ଅପେକ୍ଷା କରିଥାଏ ତା ବାପା ଆସିବେ ,ଅନ୍ୟ ମାନଙ୍କ ପରି ତାକୁ ବି କୋଳେଇ ନେବେ କିନ୍ତୁ କେବେ ବି ଆସନ୍ତି ନାହିଁ ଦୈତାରୀ Iଛୋଟ ବେଳେ ସାଙ୍ଗ ମାନେ ପଚାରନ୍ତି କିରେ ତୋ ବାପା କାଇଁ ଆସୁନାହାନ୍ତି, ବାପା ବହୁତ ବ୍ୟସ୍ତ ଲୋକ ଫିଲ୍ମ ଏବଂ ଯାତ୍ରା ରେ ବ୍ୟସ୍ତ ଅଛନ୍ତି ସେଥିପାଇଁ ଆସିପାରୁନାହାନ୍ତି ଏକଥା କହିବା ବେଳେ ଆଖି ଛଳ ଛଳ ହେଇଯାଏ ଦୈତାରୀ ଙ୍କ ପୁଅ ସୋମନାଥ ପଣ୍ଡାଙ୍କର I

ୟା ମଧ୍ୟରେ ତାଙ୍କ ବ୍ରତଘର ବି ସରିଛି କିନ୍ତୁ କାମ ବାହାନା ର ବ୍ୟସ୍ତ ଦେଖାଇ ଯାଇନାହାନ୍ତି ଦୈତାରୀ ଯାହାକି ବହୁତ କଷ୍ଟ ଦେଇଛି ଲତା ଏବଂ ତାଙ୍କ ପୁଅ ଙ୍କୁ I

Leave a Reply

Your email address will not be published. Required fields are marked *