ସନ୍ଧ୍ୟା ବେଳେ ଘର ର ଏହି ଜାଗା ରେ ଜଳାନ୍ତୁ ଗୋଟିଏ ଦିପ: ଋଣ,ରୋଗ,ସଙ୍କଟ ରୁ ପାଇବେ ମୁକ୍ତି

ସାଧାରଣତଃ ସନ୍ଧ୍ୟା ବେଳେ ସମସ୍ତଙ୍କ ଘରେ ଦୀପ ଲଗାଯାଏ। କିନ୍ତୁ ଆଜି ଆମେ ଜାଣିବା ଦୀପ କିପରି ଲଗେଇବା ଦ୍ବାରା ଆମେ ଆମ ସବୁ ସମସ୍ୟା ର ସମାଧାନ କରି ପାରିବା। କେଉଁ ପ୍ରକାର ଦୀପ କେଉଁ ଜାଗାରେ ଲଗାଇଲେ ଆମର କେଉଁ ପ୍ରକାର ସମସ୍ୟା ର ସମାଧାନ ହୋଇ ପାରିବ।
ପଇସା ଅଭାବ କାରଣ ରୁ ଘରେ ବହୁତ୍ ପ୍ରକାର ଅସୁବିଧା ଦେଖା ଯାଇଥାଏ। ଏହି ଭଳି ସମୟରେ ସୂର୍ଯ୍ୟାସ୍ତ ପରେ ଧନ ର ଦେବୀ ଲକ୍ଷ୍ମୀ ଙ୍କ ପାଇ କିଛି କରିବାକୁ ପଡ଼ିବ।

ଏହାର ଉପାୟ ହେଲା :-

1. ସୂର୍ଯ୍ୟାସ୍ତ ପରେ ଘର ର ଡାହାଣ ଓ ବାମ ପଟରେ ଘିଅ ଦୀପ ଜଳନ୍ତୁ। ଏହା କରିବା ଦ୍ଵାରା ଘରେ ସକାରାତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ ଏବଂ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ।
2. ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଏକ ସୋରିଷ ତେଲ ର ଦୀପ ଜାଳି ଦିଅନ୍ତୁ। ଏହା କରିବା ଦ୍ବାରା ମହା ଲକ୍ଷ୍ମୀ ଙ୍କ ସହିତ ଭଗବାନ ବିଷ୍ଣୁ ଙ୍କ ମଧ୍ୟ କୃପା ମିଳିଥାଏ।

3. ଘରୁ ନକାରାତ୍ମକ ଶକ୍ତିର ର ପ୍ରବେଶ କୁ ରୋକିବାକୁ ଘରେ ଏକ ତିଳ ଦୀପ ଜାଳି ଦିଅନ୍ତୁ। ଏହି ଦୀପ କୁ ଆପଣ ଘର ର ଛାତ ଉପରେ ଜଳାଇ ପାରିବେ।
4. ଯଦି ଶନି, ରହୁ, କେତୁ ଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଘର ପାଖରେ ଥିବା ଓସ୍ତ ଗଛ ପାଖରେ ଏକ ଦୀପ ଜାଳି ଦିଅନ୍ତୁ। କିନ୍ତୁ ମନେ ରଖନ୍ତୁ ରବିବାର ଦିନ ଦୀପ ଜଳିବେ ନାହିଁ କାରଣ ରବିବାର ଦିନ ଓସ୍ତ ଗଛ ପୂଜା କରାଯାଏ ନାହିଁ।

Leave a Reply

Your email address will not be published. Required fields are marked *