କେଉଁ କାରଣ ରୁ ଶ୍ରୀ କୃଷ୍ଣ ରାଧା ଙ୍କୁ ବିବାହ କରିନଥିଲେ

ରାଧା କୃଷ୍ଣ ଙ୍କ ପ୍ରେମ କାହାଣୀ କୁ ଜୀବାତ୍ମା ଏବଂ ପରମାତ୍ମା ଙ୍କ ମିଳନ ବୋଲି କୁହାଯାଇଥାଏ। ରାଧା କୃଷ୍ଣ ଙ୍କ ପ୍ରେମ କାହାଣୀ ଅମର କାହାଣୀ ଅଟେ। ଯେତେବେଳେ ବି ଆମେ ରାଧା କୃଷ୍ଣ ଙ୍କ ପ୍ରେମ କାହାଣୀ ଶୁଣିଥାଉ ସେତବଳେ ଆମ ମନ ରେ ପ୍ରଶ୍ନ ଉଠି ଥାଏ କି ରାଧା କୃଷ୍ଣ ଙ୍କ ବିବାହ କାହିଁକି ହୋଇନାହିଁ ବୋଲି।

ଏହି ବିଷୟରେ ଅନେକ ବ୍ୟାଖ୍ୟା ଶୁଣିବାକୁ ମିଳେ। ଶ୍ରୀକୃଷ୍ଣ ଙ୍କ ଜନ୍ମ ଦେବକୀ ଙ୍କ କୋଳରେ ହୋଇଥିଲା। କିନ୍ତୁ ସେ କିଛିଦିନ ପାଇ ଗୋକୁଳରେ ଯଶୋଦା ଙ୍କ ପାଖରେ ରହିଥିଲେ। ରାଧା କୃଷ୍ଣ ଙ୍କ ପ୍ରେମ କାହାଣୀ ଓ ବିବାହ କୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି।

ଏହା ମଧ୍ୟରୁ ଗୋଟିଏ ହେଉଛି
ରାଧା ଶ୍ରୀକୃଷ୍ଣ ଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ କାରଣ ସେ ଭାବୁଥିଲେ ସେ ରାଜ ମହଲ ରେ ରହିବାକୁ ଯୋଗ୍ୟ ନୁହନ୍ତି। କାରଣ ସେ ଗୌଡୁଣି ଥିଲେ। କିନ୍ତୁ ଶ୍ରୀକୃଷ୍ଣ ରାଜ କୁମାରୀ ଙ୍କୁ ବିବାହ କରନ୍ତୁ ଏହା ଚାହୁଥିଲେ ରାଧା। ଶ୍ରୀକୃଷ୍ଣ ରାଧା ଙ୍କୁ ବହୁତ ବୁଝାଇଥିଲେ। କିନ୍ତୁ ରାଧା ନିଜ ଜିଦି ରେ ଅଟଳ ଥିଲେ।
ଆଉ ଏକ ମତ ଅନୁସାରେ ରାଧା ଅନେକ ଥର ଶ୍ରୀକୃଷ୍ଣ ଙ୍କୁ ପଚାରିଥିଲେ କି ସେ କାହିଁକି ତାଙ୍କୁ ବିବାହ କରିବାକୁ ଚାହୁ ନାହାନ୍ତି। ଭଗବାନ କୃଷ୍ଣ କହିଲେ କି କେହି କେମିତି ନିଜ ଆତ୍ମ ସହ କିପରି ବିବାହ କରି ପରେ!

ଭଗବାନ କୃଷ୍ଣ କହୁଥିଲେ ରାଧା ଆଉ କୃଷ୍ଣ ଙ୍କ ଅସ୍ତିତ୍ବ ଗୋଟିଏ। ସେ ଅଲଗା ନୁହଁ। ଏକ ବୋଲି। ରାଧା ଜାଣିଗଲେ କି କୃଷ୍ଣ ଭଗବାନ ଅଟନ୍ତି। ସେଥି ପାଇ ସେ ଏକ ଭକ୍ତ ଭଳି ତାଙ୍କୁ ଭକ୍ତି କଲେ। ସେ ନିଜ ଭକ୍ତି ରେ ହଜି ଯାଇଥିଲେ। ଯାହାକୁ ଅନେକ ଭୌତିକ ପ୍ରେମ ବୋଲି କୁହନ୍ତି।
ଆଉ କିଛି ଲୋକ କୁହନ୍ତି କି ସାମାଜିକ ନିୟମ ରାଧା କୃଷ୍ଣ ଙ୍କ ପ୍ରେମ ରେ ଖଳନାୟକ ଥିଲା। ରାଧା ଓ କୃଷ୍ଣ ଙ୍କ ପୃଷ୍ଟ ଭୂମି ସେମାନଙ୍କ ବିବାହ କୁ ଅନୁମତି ଦେଉ ନଥିଲା।ପୁରାଣ ରେ ରାଧା କୃଷ୍ଣ ଙ୍କୁ ନେଇ ଏହି ଭଳି ଅନେକ ବ୍ୟକ୍ଷା କରା ଯାଇଛି।

Leave a Reply

Your email address will not be published. Required fields are marked *