ସାମ୍ବାଦିକମାନେ କଥା କଦର୍ଥ କରି ନ୍ୟୁଜ୍ କରିବାକୁ ବ୍ୟସ୍ତ, ସାମ୍ବାଦିକ ମାନଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ

ଗତକାଲି ଖୋର୍ଦ୍ଧା ରେ ଅବନୀ ବରାଳଙ୍କ ଙ୍କ ପ୍ରତିମୁର୍ତି ଉନ୍ମୋଚନରେ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ I ଏହି ଅବସରରେ କହୁ କହୁ କହିଦେଇଥିଲେ କି ରାଜ୍ୟରେ କେଉଁ କେଉଁ ଏବଂ କେତେ ଯୋଜନା ଅଛି ମୁଖ୍ୟ ସଚିବଙ୍କୁ ଅଜଣା, ତେବେ ଏହାକୁ ନେଇ ସାମ୍ବାଦିକ ମାନେ ତାଙ୍କୁ ପ୍ରଶ୍ନ ପଚାରିବାରେ ଫିଡ଼ିକିଯାଇଥିଲେ ସୌମ୍ୟ, ମଞ୍ଚରେ କହିଥିବା କଥା କୁ ବଦଳାଇବାକୁ ଚେଷ୍ଟା କରିଥିଲେ ଏବଂ ସାମ୍ବାଦିକ ମାନଙ୍କ ଉପରେ ଦୋଷ ଲଦିଥିଲେ I ସାମ୍ବାଦିକମାନେ କଥା କୁ କଦର୍ଥ କରି ନ୍ୟୁଜ୍ କରିବାକୁ ବ୍ୟସ୍ତ ବୋଲି କହି ସାମ୍ବାଦିକ ମାନଙ୍କ ମୁଣ୍ଡରେ ଦୋଷ ଲଦିଥିଲେ ସୋମ୍ୟ I

ତେବେ ସୂଚନା ଥାଉ କି ସୌମ୍ୟ ନିଜେ ଜଣେ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଏବଂ ଏକ ନମ୍ବର ସମ୍ବାଦ ପେପର ର ପରିଚାଳକ I ନିଜେ ଏକ ଗଣମାଧ୍ୟମ ର ସମ୍ପାଦକ ହେଇଥିଲେ ମଧ୍ୟ ସାମ୍ବାଦିକ ମାନଙ୍କ ଆଡକୁ ଆଙ୍ଗୁଳି ନିର୍ଦେଶ ସବୁ ମହଲ ରୁ ତୀବ୍ର ନିନ୍ଦା କରାଯାଇଛି

I ପୂର୍ବରୁ କଂଗ୍ରେସ ରୁ ବିଦା ହେବା ପରେ ନିଜର ଏକ ଦଳ ଗଠନ କରି ରାଜନୀତି ରେ ବିଫଳ ହେବା ପରେ ନିଜର ପାରମ୍ପରିକ ବିରୋଧୀ ବିଜେଡି ସୁପ୍ରିମ ନବୀନ ଙ୍କ ସହିତ ସାଲିସ କରି ସାଂସଦ ହେଇଥିଲେ ସୌମ୍ୟ I

Leave a Reply

Your email address will not be published. Required fields are marked *