ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ,ପ୍ରତାପ ଜେନା ଏବଂ ସାଂସଦ କୁଳମଣି ଆଉ ଜିତିପାରିବେନି:ଦାମ ଦେଲେ ଚାଲେଞ୍ଜ

ଦଳରୁ ବିଦା ହେବା ପରେ ଦୁର୍ନୀତି ବିରୋଧୀ ପ୍ରସଙ୍ଗ ରେ ବିଜେଡି ଏବଂ ନବୀନ ଙ୍କୁ ହରଡ଼ଘଣା ରେ ପକାଇ ସବୁବେଳେ ଚର୍ଚ୍ଚା ରେ ଥିବା ବରିଷ୍ଠ ନେତା ଦାମୋଦର ରାଉତ ଦିୱାଲୀ ରେ ନିଜର ନୂଆ ଦଳ ନେଇ ଘୋଷଣା କରିଥିଲେ Iତେବେ ବିଜୁ ଜନତା ଦଳ ପକ୍ଷରୁ ଆଇଓସିଏଲ ସାମ୍ନା ରେ ବିକ୍ଷୋଭ ବେଳେ ,ପ୍ରଫୁଲ୍ଲ ସାମଲ ,ପ୍ରତାପ ଜେନା ଏବଂ କୁଳମଣି ସାମଲ ପାରାଦୀପ ବିଧାୟକ ଦାମଙ୍କୁ କଡା ସମାଲୋଚନା କରିଥିଲେ I ତେବେ ବିପକ୍ଷ ଙ୍କୁ ନିଜ ଶାଣିତ ସ୍ୱର ରେ ଚୁପ କରେଇପାରୁଥିବା ଦାମ ଏକଥା ଶୁଣିବା ପରେ କେମିତି ବା ଚୁପ ରହିଥାନ୍ତେ ??

ତିନିଜଣ ଙ୍କ ବିପକ୍ଷ ରେ ବର୍ଷିଛନ୍ତି ଦାମ I ପ୍ରତିକ୍ରିୟା ଦେଇ କହିଛନ୍ତି କି ସାଂସଦ କୁଳମଣି ସାମଲଙ୍କୁ ପାରାଦୀପ ରାଜନୀତିକୁ ମୁଁ ଆଣିଥିଲି କିନ୍ତୁ ସେ ଆଜି ନିଜ ସ୍ୱାର୍ଥ ପାଇଁ ମୋ ବିରୁଦ୍ଧରେ ସ୍ଲୋଗାନ ଦେଉଛନ୍ତି I ତାଙ୍କୁ ପାରାଦୀପ ରେ କେହି ଚିହିଁନାହାନ୍ତି I ସେ ଆଉ ଜିତିପାରିବେନି I ଏହା ଛଡା ପ୍ରତାପ ଜେନାଙ୍କ ମାହାଙ୍ଗା ରେ ବହୁ ଦୁର୍ନୀତି ହେଇଚି ସେଠି ମଧ୍ୟ ଲୋକଙ୍କ ପ୍ରବଳ ଜନସମର୍ଥନ ମିଳିଥିଲା ସଭାରେ I

ସେ ବି ଆଉ ଜିତିବେନି କି ବିଧାନସଭା ମାଡିବେନି I ପ୍ରଫୁଲ ସାମଲ ମଧ୍ୟ ମୋ ବିରୁଧରେ କହିଛନ୍ତି ତାଙ୍କୁ କିପରି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀରୁ ହରେଇଦିଆଯିବ ସେ ଦେଖିବେ I ତେବେ ଦାମ ଙ୍କ ଏପରି ଖୋଲା ଚାଲେଞ୍ଜ ରେ ତିନି ନେତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି I

Leave a Reply

Your email address will not be published. Required fields are marked *