ସାପ କାମୁଡିବା ର ଘରୋଇ ଘରୋଇ ଉପାୟ

ସାପ କାମୁଡିବା ଦ୍ବାରା ସମସ୍ତେ ଭୟଭୀତ ହୋଇ ଯାନ୍ତି। କିନ୍ତୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ।
ଆମ ଦେଶ ରେ ପ୍ରାୟ ପାଞ୍ଚ ଶହ ପ୍ରକାର ସାପ ଦେଖା ଯାଇଥାନ୍ତି।

ଏଥି ମଧ୍ୟରୁ ପ୍ରାୟ ପନ୍ଦର ପ୍ରକାର ସାପ ବିଷଧର ଅଟନ୍ତି। ଯେତେ ବିଷଧର ସାପ କାମୁଡ଼ିଲେ ମଧ୍ୟ ଯଦି ତାହାର ଠିକ୍ ଉପଚାର କରାଯାଏ ତେବେ ସେହି ବ୍ୟକ୍ତି ର ଜୀବନ ବଞ୍ଚି ଯାଇ ପରେ।

ସାପ କାମୁଡିବା ପରେ ଏହାକୁ emergency ବୋଲି ବିବେଚନା କରିବ ଉଚିତ୍ ଏବଂ ୧୦୮ ନମ୍ୱର୍ ରେ କଲ୍ କରିବା ଉଚିତ୍। ଯଦି ଆମ୍ବୁଲାନ୍ସ ନାହିଁ ତେବେ ନିଜେ ଡାକ୍ତରଖାନା ନେଇଯିବା ଆବଶ୍ୟକ। କିନ୍ତୁ ଡାକ୍ତରଖାନା ଯିବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରିବ ଆବଶ୍ୟକ।
ସାପ କାମୁଡିବା ପରେ ସାପ ର ବର୍ଣ୍ଣ, ରଙ୍ଗ, ଏବଂ ତାହା କି ସାପ ତାହା ଚିହ୍ନଟ କରିବା ସହ ସାପ କେଉଁ ସମୟ ରେ କମୁଡ଼ିଚି ତାହାର ଠିକ୍ ବିବରଣୀ ଡାକ୍ତରଙ୍କୁ ପ୍ରଦାନ କରିବା ଦରକାର।

ପରେ ସାପ କାମୁଡିବା ଜାଗା ର ଚାରି ଇଞ୍ଚ୍ ଉପରକୁ ବନ୍ଧିଦେବା ଆବଶ୍ୟକ କାରଣ ଏହା ଦ୍ବାରା ବିଷ ଉପରକୁ ଯାଇ ପରେ ନାହିଁ।କିନ୍ତୁ ସେହି ଜାଗା କି ତାର ରେ ବାନ୍ଧିବା ବିଲକୁଲ୍ ବି ଉଚିତ୍ ନୁହେଁ। କାରଣ ଏହା ଦ୍ବାରା ସେହି ଜଗ ଟି ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇ ଯାଇଥାଏ। ସାପ କାମୁଡି ଥିବା ବ୍ୟକ୍ତି ବିଲକୁଲ୍ ବି ବିଚଳିତ ହେବା ଉଚିତ୍ ନୁହେଁ କାରଣ ଏହା ଦ୍ଵାରା ରକ୍ତ ପ୍ରବାହ ବହୁତ୍ ଜଲ୍ଦୀ ପ୍ରବାହିତ ହୋଇଥାଏ ଏବଂ ବିଷ ବହୁତ୍ ଜଲ୍ଦୀ ଶରୀର ରେ ବ୍ୟାପି ଯାଇଥାଏ।

ସାପ କାମୁଡି ଥିବା ଜଗ କୁ ଧୋଇବା ଉଚିତ୍ ନୁହେଁ। କାରଣ ସେଥିରେ ଲାଗିଥିବା ରକ୍ତ ପରୀକ୍ଷା ଦ୍ବାରା ସାପ ର ବିଷ ଜଣା ଯାଇଥାଏ। ସାପ କାମୁଡି ଥିବା ଜଗ କୁ ଚୁସିବା ଉଚିତ୍ ନୁହେଁ। ସାପ କାମୁଡି ଥିବା ଅଙ୍ଗ କୁ ଉପରକୁ ଉଠାଇବା କିମ୍ବା ରୋଗୀ କୁ ଚଳାଇବା ଉଚିତ୍ ନୁହେଁ।

ମନେ ରଖନ୍ତୁ, ସାପ କାମୁଡି ଥିବା ବ୍ୟକ୍ତି କୁ ଗୁଣି ଗାରେଡ଼ି ପାଖକୁ ନ ନେଇ ଯଥା ଶୀଘ୍ର ଡାକ୍ତରଖାନା ନେଇଯିବା ଉଚିତ୍। କାରଣ ସେଠାରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ ଥାଏ। ଉଚିତ୍ ସମୟ ରେ ଚିକିତ୍ସା କଲେ ରୋଗୀ ଶୀଘ୍ର ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *