ଦାମ ଗଢିଲେ ନୂଆ ଦଳ “ବିଜୁ ସମତା କ୍ରାନ୍ତି ଦଳ” ବିଜୁ ବାବୁ ଙ୍କ ନାମରେ ସମର୍ପିତ

ଦାମ ଗଢିଲେ ନୂଆ ଦଳ “ବିଜୁ ସମତା କ୍ରାନ୍ତି ଦଳ” ବିଜୁ ବାବୁ ଙ୍କ ନାମରେ ସମର୍ପିତ ଶେଷରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ନୂଆ ଦଳ ଗଢିଲେ ଦାମ ରାଉତ I କିଛିଦିନ ଧରି ହେଉଥିବା ଚର୍ଚା ରେ ପଡିଛି ଯବନିକା I ନୂଆ ଦଳର ନାମ ଘୋଷଣା କରିଛନ୍ତି ଦାମ ରାଉତ ବିଜୁ ବାବୁଙ୍କୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ଦାମ ବିଜୁଙ୍କ ନାମରେ ନାମିତ କରିଛନ୍ତି ନୂଆ ଦଳ I ‘ବିଜୁ ସମତା କ୍ରାନ୍ତି ଦଳ’ ନାମରେ ଗଢ଼ିଛନ୍ତି ନୂଆ ଦଳ I ଏନେଇ ଆଜି ଘୋଷଣା କରିଛନ୍ତି ଦାମ I

ତେବେ କିଏ କିଏ ଦଳରେମିଶିବେ ସେ ନେଇ ସୂଚନା ଦେଇନାହାନ୍ତି I ଖୁବ ଶୀଘ୍ର ଏନେଇ ଆଲୋଚନା ପରେ ଜଣାଇଦିଆଯିବ ବୋଲି ଦାମ କହିଛନ୍ତି I ତେବେ ଆଗାମୀ ନିର୍ବାଚନ ରେ କୌଣସି ଦଳ ସହିତ ମେଣ୍ଟ କରାଯିବ ନାହିଁ ବୋଲି ଦାମ ସୂଚନା ଦେଇଛନ୍ତି I ଦୁର୍ନୀତି ବିରୋଧୀ ନବୀନ ଙ୍କ କଡା ଟକ୍କର ଦେବା ପାଇଁ ବିଜୁ ସମତା କ୍ରାନ୍ତି ଦଳ ନିଜର ଯଥା ସମ୍ଭବ ଚେଷ୍ଟା କରିବ

I ତେବେ ଦାମ ଙ୍କ ଦଳରେ ବୈଜୟନ୍ତ ମିଶିବା ନେଇ ହେଉଥିବା ଚର୍ଚା ରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ରାଉତ I ଏନେଇ ଖୁବ ଶୀଘ୍ର ଜଣାପଡିବ I ଅନ୍ୟପକ୍ଷେ ବିଜୟ ମହାପାତ୍ର ,ପ୍ରଫୁଲ୍ଲ ଘଡେଇ ,ଦିଲୀପ ରାୟ ,ପଞ୍ଚାନନ କାନୁନଗୋ ଦଳରେ ମିଶିବା ନେଇଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଦାମ I

Leave a Reply

Your email address will not be published. Required fields are marked *