ମୁଖ କ୍ୟାନ୍ସର ର ଲକ୍ଷଣ ଓ ପୂର୍ବ ଅବସ୍ଥା

ବ୍ୟସ୍ତ ବହୁଳ ଜୀବନ,ଭୁଲ୍ ଖାଦ୍ୟପେୟ,ଦାନ୍ତକୁ ସଫା ନ ରଖିବା,ଧୂମପାନ ଓ ତମାଖୁ ଖାଇବା କାରଣରୁ ମୁଖ କ୍ୟାନସର ହୋଇଥାଏ।

ଆମେରିକାର ଟପ୍ ୟୁନିଭର୍ଶିଟ୍ ରେ ହୋଇଥିବା ଗବେଷଣା ଅନୁସାରେ ମୁଖ କ୍ୟାନସର ହେଲେ ମୁଖରେ କିଛି ପରିବର୍ତ୍ତନ ଦେଖାଯାଇଥାଏ।ଲକ୍ଷଣ ଦେଖାଯିବା କ୍ଷଣି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।ଠିକ୍ ସମୟରେ ରୋଗ ଚିହ୍ନଟ ହୋଇପାରିଲେ ଏହା ଭଲ ହୋଇପାରିବ।ଆସନ୍ତୁ ଜାଣିବା କିଛି ଲକ୍ଷଣ ସମ୍ପର୍କରେ।

  • କମ୍ ପାଣି ପିଇବା କାରଣରୁ ମୁହଁରେ ଛାଲ ପଡ଼ିବା ସାଧାରଣ କଥା ଔଷଧ କିମ୍ବା ଘରୋଇ ଉପଚାର ଦ୍ଵାରା ମୁହଁର ଛାଲ ଭଲ ନ ହେଲେ ମୁଖ କ୍ୟାନସର ଲକ୍ଷଣ ହୋଇଥାଏ।
  • ପାଟି ଭିତରେ ଲାଲ୍ ଓ ଧଳା ରଙ୍ଗର ଚିହ୍ନ ହେବା ମୁଖ କ୍ୟାନସର ଲକ୍ଷଣ।ଏପରି ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବିନା କାରଣରେ ପାଟିରୁ ରକ୍ତ ବୋହିବା ମୁଖ କ୍ୟାନସର ଲକ୍ଷଣ ହୋଇଥାଏ।
  • ପାଟି ଭିତର, ଗଳା ଓ ଓଠ ପାଖା ପାଖି ସ୍ଥାନରେ ଗଣ୍ଠି ଆକାରରେ ହେଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
  • ବୟସ ପୁର୍ବରୁ ଦାନ୍ତ ଢିଲା ହୋଇ ଭାଙ୍ଗିବାକୁ ଲାଗିଲେ ମୁଖ କ୍ୟାନସର ଲକ୍ଷଣ ହୋଇଥାଏ।ଖାଦ୍ୟ ଚୋବାଇବା ବା ଗିଲିବାରେ ଅସୁବିଧା ହେଉଥିଲେ ମୁଖ କ୍ୟାନସର ହୋଇପାରେ।
  • ଖାଦ୍ୟ ଖଟାଳିଆ ଅବା ରାଗ ଲାଗିବା ମୁଖ କ୍ୟାନସର ଲକ୍ଷଣ ହୋଇଥାଏ।ପାଟିରୁ ଦୁର୍ଗନ୍ଧ ବାହାରିବା,ପାଟିରୁ ଅତ୍ୟଧିକ ଲାଳ ବୋହିବା, ପାଟି ତିନି ଆଙ୍ଗୁଳିରୁ କମ୍ ଖୋଲିବା ମୁଖ କ୍ୟାନସର ଲକ୍ଷଣ ହୋଇଥାଏ।
  • ଯଦି ଆପଣ ଗୁଟଖା ବା ତମାଖୁ ସେବନ କରୁଛନ୍ତି ଏବଂ ଏହି ସବୁ ଲକ୍ଷଣ ଭିତରୁ ଯେ କୌଣସି ଲକ୍ଷଣ ଦେଖାଦେଉଛି ଯଥା ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।କାରଣ ପ୍ରଥମ ଷ୍ଟେଜ ରେ ମୁଖ କର୍କଟ ଚିକିତ୍ସା ହୋଇଥାଏ।କାରଣ ଏହା ବଢିଗଲେ କର୍କଟ ରୋଗ ଚିକିତ୍ସା ଆଉ ସମ୍ଭବ ହୋଇ ନ ଥାଏ।ଏବଂ ମୃତ୍ୟୁର କାରଣ ହୋଇଥାଏ।

Leave a Reply

Your email address will not be published. Required fields are marked *