ସରକାରୀ ଯୋଜନା ସାତ ସପନ :ଭୋକ ଉପାସ ରେ ଚାଲିଗଲା ମା ର ଜୀବନ ,ନିରୀହ ଚାହାଁଣୀରେ ଚାହିଁ ରହିଛି ପୁଅ

ସ୍ୱାମୀ 5ବର୍ଷ ତଳେ ଛାଡି ଚାଲିଯାଇଥିଲେ I ଏକାକୀ ଏକ ଛୋଟ ପିଲାଙ୍କୁ ନେଇ ଜୀବନ ଜିଇବାର ଯୁଦ୍ଧରେ ହଠାତ ଯେପରି ବୈରୀ ସାଜିଥିଲା ରୋଗ I ନାମ ପାର୍ବତୀ ଗୌଡ଼ ଘର କୋରାପୁଟ ଜିଲ୍ଲାର ବୈପାରୀଗୁଡା ପଂଚାୟତ ରେ I ଘର କହିଲେ ଚାଲିଆ ଛପର ଖଣ୍ଡେ ,ମାଟି କାନ୍ଥ ଖସିପଡିଛି I ଘରେ ଚନ୍ଦ୍ର ସୂର୍ଯ୍ୟ ଦେଖାଯାନ୍ତି I କିଡ୍ନୀ ସମସ୍ୟା ଯୋଗୁଁ ରୋଗାକ୍ରାନ୍ତ ହେଇଯାଇଥିଲେ ପାର୍ବତୀ I ମୁଲ ଲାଗି ପୁଅକୁ ବଡ କରିବା ସ୍ବପ୍ନ ଅଧାରେ ରହିଯାଇଥିଲା ,ଘରୁ ଉଠିପାରୁନଥିଲେ ପାର୍ବତୀ I

ସରକାରୀ ଯୋଜନା ଯେପରି ବହୁ ଦୂରରେ ଥିଲା ୟାଙ୍କଠୁ I ରାସନ କାର୍ଡ, ବିଧଭା ଭତା,ବିଜୁପକା ଘର ,ବିଜୁ ସ୍ୱାସ୍ଥ୍ୟ ଯୋଜନା ଏସବୁ ସ୍ବପ୍ନ ଥିଲା ପାର୍ବତୀ ପାଇଁ I ରୋଗାକ୍ରାନ୍ତ ହେଇ ଶଯ୍ୟାରେ ପଡି ରହି ଭୋକ ଉପାସ ରେ ଶେଷରେ ଜୀବନ ସଂଗ୍ରାମ ରେ ହାରିଯାଇଛି ପାର୍ବତୀ I

ପାଖରେ କିନ୍ତୁ ଛୋଟ ପୁଅଟି ଅସହାୟ ଭାବରେ ବସିରହି ମଲା ମା ର ପାଟିରେ ପାଣି ଟିକେ ଦେଉଛି ,କାଳେ ସେ ବଞ୍ଚିଯିବ I କିନ୍ତୁ ନା ଏ ଦଇବ ଟା ବଡ ବିଚିତ୍ର I ଅସହାୟ ଅନାଥ ପୁଅ ଅପେକ୍ଷା କରିଛି ତା ମା କେତେବେଳେ ଉଠିବ !!!

Leave a Reply

Your email address will not be published. Required fields are marked *