ମୋବାଇଲ ଫୋନ ବିକିରଣ ର କୁପ୍ରଭାବ କଣ ସବୁ? କେମିତି ସତର୍କ ରହିବେ

ଆଜିର ଯୁଗ ହେଉଛି ଡିଜିଟାଲ ଯୁଗ।ପିଲା ଠୁ ବୃଦ୍ଧ ଯାଏ ପ୍ରାୟ ସମସ୍ତେ ସ୍ମାର୍ଟ୍ ଫୋନ୍, ଲାପଟପ୍ ଏବଂ କମ୍ପ୍ୟୁଟର ବ୍ୟବହାର କରନ୍ତି।ଏଗୁଡ଼ିକ ଆମ ସବୁ କାମକୁ ସହଜ କରୁଛି ସତ କିନ୍ତୁ ଏହି ଜିନିଷ ଗୁଡ଼ିକ ଆମ ଶରୀରର ଅନେକ କ୍ଷତି ମଧ୍ୟ କରୁଛି।ଏଥିରୁ ନିବୃତ ହେଉଥିବା ରେଡିଆସନ୍ ବା ବିକିରଣ ଶରୀର ପ୍ରତି ଅନେକ କ୍ଷତିକାରକ।

ଏହାଦ୍ବାରା ଅନେକ ବଡ଼ ବଡ଼ ରୋଗର ଶିକାର ହୋଇପାରନ୍ତି। ଆସନ୍ତୁ ଜାଣିବା ରେଡିଆସନ ପ୍ରଭାବରେ ଶରୀରରେ କଣ ପ୍ରଭାବ ପଡୁଛି।

୧.ପ୍ରଜନନ କ୍ଷମତା –

ଜେ ଏନ୍ ୟୁ ର ଏକ ଗବେଷଣାରୁ ଜଣା ପଡ଼ିଛି ଯେ ମୋବାଇଲ ଟାୱାର ରୁ ଆସୁଥିବା ବିକିରଣ ପୁରୁଷ ମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାୟେ।ଏଥିସହ ଶରୀରର ରୋଗପ୍ରତିରୋଧକ୍ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

୨.ମାନସିକ ରୋଗ –

ରେଡିଆସନ୍ ଯୋଗୁ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼େ।ଏଥିପାଇଁ ଆମେ ସବୁକିଛି ଧୀରେ ଧୀରେ ଭୁଲିବାକୁ ଲାଗୁ।ଲାପଟପ୍ ର ଲଗାତାର ବ୍ୟବହାର ଯୋଗୁ ଅଲ୍ଜାଇମାର ପରି ରୋଗ ହୋଇଥାଏ।ଏଥିରେ ହେଡ ଫୋନ୍ ସହ ଅନେକ ସମୟ ଧରି କାମ କରିବା ଦ୍ୱାରା ସବୁ ସମୟରେ କାନରେ କିଛି ବାଜିଲା ଭଳି ଶବ୍ଦ ଅନୁଭବ ହୋଇଥାଏ ଏବଂ ନିଦ ମଧ୍ୟ ହୋଇ ନ ଥାଏ।

୩.ଆଖିର କ୍ଷତି –

ଲାପଟପ୍ ର ସ୍କ୍ରିନ୍ ରୁ ଲଗାତାର ଭାବେ ସଫ୍ଟ୍ ରେଡିଆସନ୍ କିରଣ ବାହାରିଥାଏ।ଏହା ଆଖି ପାଇଁ ବହୁତ୍ କ୍ଷତିକାରକ।ଆଖିର ବାହାର ଅଂଶରେ ପାଣି ପରି ଏକ ଦ୍ରବ୍ୟ ଥାଏ।ଯାହାଦ୍ଵାରା ଆମର ଦୃଷ୍ଟି ସଫା ହୋଇଥାଏ।ଏହା ଦ୍ବାରା ଦୃଷ୍ଟି ଦୋଷ ଓ ଆଖିବିନ୍ଧା ଭଳି ସମସ୍ୟା ଦେଖାଦିଏ।ଏଥିରୁ ବଞ୍ଚିବା ପାଇଁ ଆଖିକୁ ଆରାମ ଦିଅନ୍ତୁ।ଯାହା କେବଳ ଆଖି ବନ୍ଦ ହେଲେ ମିଳିଥାଏ।

୪.ବ୍ରେନ୍ ଟିଉମାର୍ –

ଯେଉଁମାନେ ଅଧିକ ସମୟ ମୋବାଇଲ ରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ବ୍ରେନ୍ ଟିଉମାର୍ ହେବାର ଆଶଙ୍କା ରହିଥାଏ।କାରଣ ମୋବାଇଲ୍ ଫୋନ୍ ରୁ ବାହାରୁଥିବା ରେଡ଼ିଆସନ୍ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

୫.କାର୍ଯ୍ୟ କ୍ଷମତା ହ୍ରାସ –

ଏହା ଆମର ଏକାଗ୍ରତାକୁ ପ୍ରଭାବିତ କରିଥାଏ।ଆପଣଙ୍କୁ ବିରକ୍ତ କରିବା ସହ ସବୁବେଳେ ଥକା ପଣ ଲାଗିଥାଏ।ଫଳରେ ଶରୀରର କାର୍ଯ୍ୟକାରୀ କ୍ଷମତା କମିଯାଏ।

୬. ବ୍ରେଷ୍ଟ୍ କ୍ୟାନସର –

ଏହି ରେଡିଏସନ ଯୋଗୁ ଶରୀରରେ କୁପ୍ରଭାବ ପକାଇଥାଏ।ଏହି ରେଡିଏସନ ଯୋଗୁ ଶରୀରରେ କୁପ୍ରଭାବ ପକାଇଥାଏ।ଯଦି କୌଣସି ଗର୍ଭବତୀ ମହିଳା ଅନେକ ସମୟ ଧରି ଲାପଟପ୍ ବା ମୋବାଇଲ ବ୍ୟବହାର କରନ୍ତି ତେବେ ତାଙ୍କୁ ବ୍ରେଷ୍ଟ କ୍ୟାନସର ହେବାର ଭୟ ରହିଥାଏ।

Leave a Reply

Your email address will not be published. Required fields are marked *