ଇୟର ଫୋନ୍ ବ୍ୟବହାର କରିବାର କୁ ପ୍ରଭାବ

ଜ୍ଞାନ ଓ କୌଶଳ ବଢିବା ସହିତ ଲୋକ ଙ୍କ ଚାଲି ଚଳନ ରେ ମଧ୍ୟ ବହୁତ୍ ପରିବର୍ତନ ହେଉଛି। ଏହି ମଧ୍ୟ ରେ ମୋବାଇଲ ଫୋନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଛୋଟ ପିଲାଙ୍କ ଠୁ ଆରମ୍ଭ କରି ବୟସ୍କ ଲୋକ ଙ୍କ ହାତରେ ଏହି ମୋବାଇଲ୍।

ମୋବାଇଲ୍ ର ବ୍ୟବହାର କେବଳ କଥାବାର୍ତ୍ତା ରେ ସୀମିତ ନାହିଁ ବରଂ game ଖେଳିବା, ଭିଡିଓ ଦେଖିବା, ଗୀତ ଶୁଣିବା ଇତ୍ୟାଦି ସମସ୍ତ କାମ ଏଥିରେ କରାଯାଉଛି। ଏହା ଏକ ନୀତି ଦିନିଆ ଅଭ୍ୟାସ ରେ ପରିଣତ ହୋଇଛି। ବିଶେଷ କରି ଯୁବ ସମାଜ ଗୀତ ଶୁଣିବା ପାଇଁ earphone ବହୁଳ ପରିମାଣ ରେ ବ୍ୟବହାର କରୁଛନ୍ତି। କିନ୍ତୁ ଏହାର ଯେ କେତେ କୁପ୍ରଭାବ ରହିଛି ଏଥି ପ୍ରତି କେହି ବି ଧ୍ୟାନ ଦେଉ ନାହାନ୍ତି।

ଲଗାତାର ଭାବରେ earphone ବ୍ୟବହାର କଲେ କାନ ବିନ୍ଧିବା ଭଳି ସମସ୍ୟା ମାନ ଦେଖାଯାଏ। ଯଦି ଉଚିତ୍ ସମୟ ରେ ଏହାର ଉପଚାର କରାଯାଏ ତେବେ ଏହା ଗଭୀର ସମଧ୍ୟ ସୃଷ୍ଠି କରିଥାଏ। କାନ କେବଳ 65 ଡେସିବଲ୍ ପର୍ଯ୍ୟନ୍ତ ଶବ୍ଦ କୁ ସହି ପରେ। ଏହା ଠୁ ଅଧିକ ଶବ୍ଦ ହେଲେ ତାହା କାନ ପାଇ କ୍ଷତିକାରକ ହୋଇ ଥାଏ। ଯଦି ଲଗାତାର ଭାବରେ 10 ଘଣ୍ଟା earphone କାନରେ ଲଗାଯାଏ ତେବେ କାଲା ହେବାର ସମ୍ଭାବନା ରହିଛି। ନିଦ ନାଲଗିବା, ଲଗାତାର ମୁଣ୍ଡ ବିନ୍ଧା ଇତ୍ୟାଦି ଲଗାତାର earphone ଦେବା ଦ୍ବାରା ହୋଇଥାଏ।

ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍
10 ମିନିଟ୍ earphone ବ୍ୟବହାର ଦ୍ବାରା କାନ ମଧ୍ୟ ର କୋଷିକ ମରି ଯାଇଥାଏ। ଯାହା ଦ୍ବାରା ବ୍ୟାକ୍ଟେରିଆ ଖୁବ୍ ମାତ୍ରା ରେ ବଢ଼ି ଯାଏ ଓ କାନରେ ମଇଳା ଜମି ଯାଏ। ତେଣୁ 10 ରୁ 15 ମିନିଟ୍ ଗୀତ ଶୁଣିବା ପରେ କାନ କୁ ସଫା କରିବା ଉଚିତ୍।
ଲଗାତାର earphone ବ୍ୟବହାର କଲେ ମସ୍ତିଷ୍କ ସମସ୍ୟା ମଧ୍ୟ ଦେଖା ଯାଏ। କିଛି ଲୋକଙ୍କୁ ରାତିରେ ଗୀତ ସୁନୀଲ ଭଳି ଶବ୍ଦ ଶୁଣା ଯାଇଥାଏ। ଗାଡି ଚଳାଇବା ସମୟରେ earcard ବ୍ୟବହାର ଦ୍ବାରା ବହୁ ଦୁର୍ଘଟଣା ମଧ୍ୟ ଘଟିଥାଏ। ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍।

Leave a Reply

Your email address will not be published. Required fields are marked *