କୁକୁର କାମୁଡ଼ା ର ପ୍ରାଥମିକ ଉପଚାର କଣ?

ଆଜି ଆମେ କୁକୁର କାମୁଡ଼ିବାର ପ୍ରାଥମିକ ଉପଚାର ବିଷୟରେ ଜାଣିବା।କୁକୁର କାମୁଡିବା ଏକ ସାଧାରଣ ଘଟଣା ହୋଇଗଲାଣି।

ଯୁବକ ମାନଙ୍କ ଅପେକ୍ଷା ଛୋଟ ପିଲାମାନେ କୁକୁର କାମୁଡ଼ାର ବେଶୀ ଶିକାର ହୋଇଥାନ୍ତି।କୁକୁର କାମୁଡ଼ା ଯୋଗୁ ଚର୍ମରେ ଜଟିଳ ସମସ୍ୟା ଦେଖାଯାଇଥାଏ।ଏବଂ ବେଳେ ବେଳେ କୁକୁର କାମୁଡ଼ା ଯୋଗୁ ଶରୀରର କିଛି ଅଙ୍ଗ ସବୁଦିନ ପାଇଁ ଅକାମୀ ହୋଇଯାଏ।କୁକୁର କାମୁଡ଼ା ଯୋଗୁ ହେଉଥିବା ସାଙ୍ଘାତିକ ରୋଗଟି ହେଲା ଜଳାନ୍ତକ।

ଯଦି କାମୁଡିବା କୁକୁରର ଲାଳରେ ରାବିଶ୍ ର ଭୁତାଣୁ ରହିଥିବେ ତେବେ ଏହା ମଣିଷ ଶରୀରକୁ ରକ୍ତ ମଧ୍ୟରେ ପ୍ରବେଶ କରିଥାଏ।ଯାହାଦ୍ଵାରା ରୋଗିଟି ଜଳାନ୍ତକ ରୋଗରେ ଆକ୍ରାନ୍ତ ହୋଇଥାଏ।ଏହି ରୋଗ ହେଲେ ରୋଗୀ ପାଣିକୁ ଦେଖି ଡରିବାକୁ ଲାଗେ।ଏବଂ ଶେଷରେ ପ୍ରାଣ ହରାଇଥାଏ।

କୁକୁର କାମୁଡ଼ା ଦୁଇ ପ୍ରକାର ହୋଇଥାଏ।ଯଥା ମାଇନର ଏବଂ ମେଜର।ଯଦି କାମୁଡ଼ା ମେଜର ହୋଇଥାଏ ଅର୍ଥାତ୍ କାମୁଡିବା ସ୍ଥାନରେ ହାଡ଼ କିମ୍ବା ମାଂସ ଦେଖାଯାଉଥାଏ ବା ରକ୍ତସ୍ରାବ ବନ୍ଦ ହେଉ ନ ଥାଏ ବା କ୍ଷତଟି ଦୁଇ ରୁ ତିନି ସେମି ଲମ୍ବା ହୋଇଥାଏ ତେବେ ଯଥାଶୀଘ୍ର ଡାକ୍ତରଙ୍କ ପାଖକୁ ନେବା ଜରୁରୀ ହୋଇଥାଏ।କିନ୍ତୁ ଯଦି କ୍ଷତ ମାଇନର ହୋଇଥାଏ ତେବେ ପ୍ରଥମେ କ୍ଷତକୁ ସାବୁନ୍ ସାହାଯ୍ୟରେ ଭଲ ଭାବରେ ଧୋଇକି ସଫା କରନ୍ତୁ।

ଧୋଇବା ପାଇଁ ଡେଟଲ ସାବୁନ୍ ବ୍ୟବହାର କରନ୍ତୁ। ତା ପରେ ଗୋଟେ ଟାୱେଲ ବ୍ୟବହାର କରି କ୍ଷତ ସ୍ଥାନରୁ ରକ୍ତ ବନ୍ଦ କରିବା ପାଇଁ ଚେଷ୍ଟା କରନ୍ତୁ।ଯଦି ରକ୍ତ ସ୍ରାବ ବନ୍ଦ ହୋଇଯାଏ ତେବେ ତା ଉପରେ ଆଣ୍ଟିବାଓଟିକ ମଲମ୍ ଯଥା ନୋଇସ୍ପିନ୍ ଲଗାନ୍ତୁ।ମଲମ ଲଗେଇ ପରେ କ୍ଷତକୁ ବ୍ୟାଣ୍ଡେଜ୍ ସାହାଯ୍ୟରେ ବାନ୍ଧି ଦିଅନ୍ତୁ।ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟିଟାନାସ୍ ଇଞ୍ଜେକସନ ଦିଅନ୍ତୁ।ଯଦି କ୍ଷତରେ ଯନ୍ତ୍ରଣା ଅଧିକ ହୁଏ ବା କ୍ଷତ ନାଲି ହୋଇ ଫୁଲିଯାଏ କିମ୍ବା ରୋଗୀକୁ ଥଣ୍ଡା ବା ଜୋର ହୋଇଯାଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ।

ଯଦି ବୁଲା କୁକୁର କାମୁଡି ଥାଏ ତେବେ ରାବିସ୍ ପାଇଁ ଇଞ୍ଜେକସନ ନେବାକୁ ହୋଇଥାଏ।ଯଦି କାମୁଡିବା କୁକୁର ପୋଷା କୁକୁର ହୋଇଥାଏ ଏବଂ ଏହା ପୂର୍ବରୁ ରାବିସ୍ ଭ୍ୟାକ୍ସନ୍ ଇଞ୍ଜେକସନ ନେଇଥାଏ ତେବେ କୌଣସି ବି ଭୟ ନ ଥାଏ।କିନ୍ତୁ ଯାହାକୁ ବି କୁକୁର କାମୁଡେ ତେବେ ଡାକ୍ତର ଙ୍କ ପରାମର୍ଶ ନେବା ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *