ଶକ୍ତି ବିଭାଗ କୁ ହେମନ୍ତ ଶର୍ମା ନାମକ ରାହୁ ଗ୍ରାସ କରିଛି ,ଶର୍ମା ଙ୍କୁ 7ଟି ପଦବୀ କଣ ପାଇଁ ??

ଭୁଶୁଡି ପଡିଛି ଶକ୍ତିବିଭାଗ I ସେଥିରେ ପୁଣି ଦାଉ ସାଜିଛି କର୍ମଚାରୀ ଙ୍କ ଅଭାବ ଯାହାଫଳରେ ଫ୍ରାଞ୍ଚାଇଜ ଦ୍ୱାରା ଚାଲିଛି କାମ I ତେବେ ଅଧିକାଂଶ ଅଂଚଳ ରେ ଅଘୋଷିତ ବିଦ୍ୟୁତ କାଟ ସହିତ ଶକ୍ତି ବିଭାଗ ର ଅପାରଗତା କୁ ନେଇ ଆଜି ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବର୍ଷିଛନ୍ତି ସରକାର ଏବଂ ଶକ୍ତି ବିଭାଗ ଉପରେ I ଏକ ପ୍ରେସ୍ ମିଟ ଜରିଆରେ ସୂଚନା ଦେଇ ଶକ୍ତି ବିଭାଗ କୁ ହେମନ୍ତ ଶର୍ମା ନାମକ ରାହୁ ଗ୍ରାସ କରିଛି ବୋଲି କହିବା ସହିତ ଜଣେ ଲୋକଙ୍କୁ କିପରି 7ଟି ପଦବୀ ଦିଆଯାଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟଜଣାଇଥିଲେ I

ମିଳିଥିବା ସୂଚନା ଅନୁଯାଇ ହେମନ୍ତ ଶର୍ମା ଶକ୍ତି ବିଭାଗ ର ସଚିବ ,ଗ୍ରିଡ୍କୋ ସିଏମଡି ,ଓପିଟିସିଏଲ ସିଏମଡି ,ସେସୁ ର ସିଏମଡି ନେସ୍କୋ ,ୱେସ୍କୋ ସାଉଥ କୋ ର ଚେୟାରମ୍ୟାନ ଭାବରେ ଅଛନ୍ତି I ଜଣେ ଲୋକଙ୍କୁ କିପରି ଏତେ ଗୁଡ଼ାଏ ପଦବୀ ଦିଆଯାଇଛି ସେ ନେଇ ବର୍ଷିଛନ୍ତି ଲେଖାଶ୍ରୀ I

ଏହାଛଡା ସେସୁ କୁ ଘରୋଇ କରଣ ନାମରେ ଏକ ଦୋ ନମ୍ବରୀ କମ୍ପାନୀ ଇଣ୍ଡିଆ ପାୱାର କୁ ଟେକିଦେବାକୁ ହେଉଥିବା ଷଡଯନ୍ତ୍ର କୁ ଆଗାମୀ ଦିନରେ ବିଜେପି ବିରୋଧ କରିବ ବୋଲି ସୂଚନା ଦେଇଛନ୍ତି I

ଏହା ସହିତ କହିଛନ୍ତି ଯେ ବିଗତ ଦିନରେ ବିହାର ର ଦୟା ସିଟି ରେ 80ହଜାର ଲୋକଙ୍କ ସେବା ପାଇଁ ଇଣ୍ଡିଆ ପାୱାର କୁ ଫ୍ରାଞ୍ଚାଇଜ ଦିଆଯାଇଥିଲା କିନ୍ତୁ ଏଥିରେ ବିଫଳ ହେବାରୁ ବିହାର ସରକାର ଏହାର ଫ୍ରାଞ୍ଚାଇଜ ଜୁଲାଇ 2018 ରେ ଟର୍ମିନେଟ କରିଛନ୍ତି I

ସେପରି ଏକ ଦୋ ନମ୍ବରୀ କମ୍ପାନୀ କୁ କିପରି ଓଡ଼ିଶାରେ ସେସୁ କୁ ଟେକି ଦିଆଯିବ ??ଏହା ସହିତ ଫ୍ରାଞ୍ଚାଇଜ ମାନଙ୍କ ଠାରୁ ହଜାର ହଜାର କୋଟି ଆଦାୟ କରି ହେମନ୍ତ ଶର୍ମା ଚଳୁ କରିବା ସହିତ ସରକାର ଙ୍କୁ ପାଣ୍ଠି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ I

Leave a Reply

Your email address will not be published. Required fields are marked *