ଦୋଷୀ କୁ ଛାଡି ସମାନ ନାମ ଥିବା ନିର୍ଦୋଷୀ କୁ ଗିରଫ କଲା ,ପାଗଳ କଏଦୀ ଇଟା ରେ ଛେଚି ଜୀବନରୁ ମାରିଦେଲା

ବାଲେଶ୍ବର ପୋଲିସ ନାମରେ ଆସିଛି ସଂଗୀନ ଅଭିଯୋଗ I ଦୋଷୀ କୁ ଗିରଫ କରିବା ବଦଳରେ ଜଣେ ନିର୍ଦୋଷ କୁ ଘରୁ ଉଠାଇ ଆଣି ଥାନାରେ ପୁରାଇଦେବା ପରେ ଜଣେ ପାଗଳ କଏଦୀ ତାଙ୍କୁ ଜୀବନରୁ ମାରିଦେଇଛି I ପ୍ରାପ୍ତ ସୂଚନା ଅନୁଯାଇ 9ତାରିଖ ବିଳମ୍ବିତ ରାତ୍ରି ରେ ପୋଲିସ ଚୋରା ମଦ ବିକ୍ରି ଅଭଯୋଗ ରେ ରାମଚନ୍ଦ୍ର ଦାସ ଙ୍କ ନାମରେ ଥିବା ଏତଲା ଅନୁଯାଇ ଜଣେ ବୃଦ୍ଧ ଙ୍କୁ ଗିରଫ କରି ଜାମିନ ନମିଳିବାରୁ ଥାନାକୁ ପଠାଇ ଦେଇଥିଲା I 65ବର୍ଷୀୟ ବୃଦ୍ଧ ଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଥିବା ଆଉ ଜଣେ ପାଗଳ କଏଦୀ ଏକ ଇଟାରେ ରାମଚନ୍ଦ୍ର ଙ୍କୁ ଛେଚି ଛେଚି ମାରିଦେଇଥିଲା I

ପରେ ରାମଚନ୍ଦ୍ର ଙ୍କ ପରିବାର ଲୋକ ପହଞ୍ଚିବାରୁ ଜଣାପଡିଥିଲା କି ଗିରଫ ହେଇଥିବା ରାମଚନ୍ଦ୍ର ନିର୍ଦୋଷ ତାଙ୍କ ନାମ ରାମଚନ୍ଦ୍ର ସେନାପତି I ଅଭିଯୋଗ ଅଛି ରାମଚନ୍ଦ୍ର ଦାସ ଙ୍କ ନାମରେ I

ପୋଲିସ ର ଅପାରଗତା ଏବଂ ଭୁଲ ତଥ୍ୟ ଯୋଗୁ ଜଣେ ନିରୀହ ବୃଦ୍ଧ ଙ୍କର ଜୀବନ ଚାଲିଗଲା I ଏଣେ ଥାନା ରେ ଉତ୍ତେଜନା ଲାଗି ରହିଛି I ତେବେ ହସ୍ପିଟାଲ ଭିତରେ ଜଣେ କଏଦୀ ଆଉ ଜଣଙ୍କୁ କିପରି ମାରିଦେଲା କେହି ଜାଣିପାରିଲେ ନାହିଁ

ପୋଲିସ କିପରି ଉପସ୍ଥିତ ନଥିଲେ ??ତାହାଛଡା ଜଣଙ୍କ ନାମରେ ଅଭିଯୋଗ ଥିବା ବେଳେ ଆଉ ଜଣଙ୍କୁ ପୋଲିସ କିପରି ଗିରଫ କଲା ??

Leave a Reply

Your email address will not be published. Required fields are marked *