କେହି ମୋ କଥା ଶୁଣୁନାହାନ୍ତି,ଦୈତାରୀ ମତେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ,ମୋ ପୁଅକୁ ନ୍ୟାୟ ଦିଅ

ଯାତ୍ରା ଜଗତ ତଥା ଓଡ଼ିଶାର ସବୁଠୁ ଚର୍ଚିତ ଦୈତାରୀ ଲତାଙ୍କ ଗୁମର ଖୋଲିବା ପରେ ,ଘଟଣା ସମ୍ପର୍କ ରେ ଦୈତାରୀ ପଣ୍ଡା ହଡ଼ବଡେ଼ଇ ଯାଇଥିଲେ ଏବଂ ଲତାଙ୍କ ସହିତ ତାଙ୍କ ସମ୍ପର୍କ କୁ ଅସ୍ବୀକାର କରିଥିଲେ I ଲତାଙ୍କୁ ଫୋନ ଯୋଗେ ବିଭିର୍ଣ୍ଣ ଧମକ କଲ ଆସିବା ସହିତ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଲତା ଥାନାରେ ଅଭିଯୋଗ କରିଥିଲେ I ତେବେ ୟା ମଧ୍ୟରେ 3/4ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସମସ୍ତ ବୁଦ୍ଧିଜୀବୀ ଙ୍କୁ ସନ୍ଦେହ ରେ ପକାଇଛି I ସୂଚନା ଥାଉ କି ,ଦିନ ଥିଲା ସେ ଥିଲେ ଯାତ୍ରା ଜଗତର ଅପ୍ରତିଦ୍ବନ୍ଦି ନାୟିକା I ପୁରୁଷ କେନ୍ଦ୍ରିକ ନାଟକ ରେ ବି ତାଙ୍କ ଭୂମିକା ଥିଲା ଦମଦାର I ଯାତ୍ରା ତାରିଣୀ ର ଜିଅନ୍ତା ଶବ ରେ ତାଙ୍କ ନିଖୁଣ ଅଭିନୟ ସାରା ଯାତ୍ରା ମହଲ ରେ ଏକ ଝଡ ସୃଷ୍ଟି କରିଥିଲା ତାଙ୍କ ବିପକ୍ଷରେ ଥିଲେ ଦୈତାରୀ ପଣ୍ଡା I ସେହି ନାୟିକା ଙ୍କ ନାମ ହେଉଛି ଲତା ମଣ୍ଡଳ I ଲତା ଙ୍କ ପ୍ରେମରେ ପଡିଯାଇଥିଲେ ଦୈତାରୀ I ପାଗଳ ଙ୍କ ପରି ଭଲ ପାଉଥିଲେ ଲତାଙ୍କୁ I ଯଦିଓ ସେତେବେଳକୁ ଦୈତାରୀ ବିବାହ କରିସାରିଥିଲେ ତଥାପି ଲତାଙ୍କ ପ୍ରେମରେ ମତୁଆଲା ହେଇଯାଇଥିଲେ I ଲତା କିନ୍ତୁ ବରଖାସ୍ତ କରିଥିଲେ ଦୈତାରୀ ଙ୍କ ପ୍ରେମକୁ କିନ୍ତୁ ବାରମ୍ବାର ଭଲପାଇବାର ନାଟକ ରେ ଦୈତାରୀ ଙ୍କ ପ୍ରେମରେ ପଡିଯାଇଥିଲେ ଲତା I

ଦୈତାରୀ ଙ୍କ ଔରସରୁ ଦୁଇଟି ସନ୍ତାନ ବି ଜନ୍ମ ନେଇଥିଲେ କିନ୍ତୁ ଦୈତାରୀ ଙ୍କ ପରିବାର ଗ୍ରହଣ କରିନଥିଲେ ଲତା ଏବଂ ତାଙ୍କ ପୁଅଙ୍କୁ I

ଦୁର୍ଭାଗ୍ୟ ବଶତଃ ଲତାଙ୍କ ବଡପୁଅ ଚାଲିଗଲା ପରେ ଘରେ ରହିଯାଇଥିଲେ କିନ୍ତୁ ଦୈତାରୀ ଙ୍କ ପ୍ରଥମ ସ୍ତ୍ରୀ କପଟ କରି ଲତାଙ୍କୁ ତାରିଣୀ ରୁ ଦୂରେଇ ଦେଇଥିଲେ I ଆଉ ଅନ୍ୟ ଅପେରାକୁ ଯାଇନଥିଲେ ଲତା ନିଜ ଗାଁ କୁ ଫେରି ଆସି ବିଲ କାମ କରି ପୁଅକୁ ମଣିଷ କରିଛନ୍ତି I କେବେ ରାଗିନାହାନ୍ତି ସ୍ୱାମୀଙ୍କ ଉପରେ ,ଆଜିବି ମଥାରେ ସିନ୍ଦୁର ପିନ୍ଧି ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ଲତା Iଲୁଚି ଲୁଚି ଯାତରା ରେ ଦେଖନ୍ତି ଦୈତାରୀ ଙ୍କୁ ,ପାଖରେ ଥିଲେ ବି ବହୁତ ଦୂରରେ ଥାନ୍ତି ଯେପରି I

ଜୀବନ ରଙ୍ଗମଞ୍ଚ ରେ ଅଭିନୟ କରୁ କରୁ ନିଜ ଜୀବନ କୁ ବି ଏକ ଅଭିନୟ ଭାବି ଚୁପ ରହିଗଲେ ,କେବେ ଅଧିକାର ମାଗିନାହାନ୍ତି କାହିଁକିନା ସେ ବୁଝିଯାଇଛନ୍ତି ପାଇବାରେ ନୁହେଁ ହରେଇବାରେ ପ୍ରେମ I ଆଜି କିନ୍ତୁ ପରିଣତ ବୟସ ରେ ଆଉ ପାରୁନାହାନ୍ତି ,ନିଜ ଜୀବନ ସିନା ଜଳାଞ୍ଜଳି ଦେଇଦେଲେ କିନ୍ତୁ ନିରୀହ ଛୁଆଟି କି ଦୋଷ କରିଥିଲା ଯେ ବାପା ସ୍ନେହ ରୁ ବଂଚିତ ହେଲା ??

ଆଜି କିନ୍ତୁ ବହୁତ ଅଭିମାନ କରନ୍ତି ନିଜ ଉପରେ କାହିଁକି ଭଲ ପାଉଥିଲେ ସେ ବିବାହ କରିଥିବା ସେଇ ଛଳନା କାରି ବ୍ୟକ୍ତିକୁ I ନିଜ ଭୁଲ ର ଯେ ଏତେ ବଡ ଶାସ୍ତି ମିଳିବ ତାଙ୍କୁ ଜଣାନଥିଲା I

Leave a Reply

Your email address will not be published. Required fields are marked *