ଆଉ ରହିବନି ଅନ୍ଧାର ,ମହାକାଶ ରେ ଛଡ଼ାଯିବ କୃତ୍ରିମ ଜହ୍ନ ,ସଫଳତା ପାଇସାରିଲେଣି ବୈଜ୍ଞାନିକ

ଦିନ ଥିଲା ଜହ୍ନ କୁ ମଣିଷ ଭଗବାନ କହି ପୂଜା କରୁଥିଲା ଆଜି କିନ୍ତୁ ସମୟ ବଦଳିଛି ଭଗବାନ ଭାବେ ପୂଜା ପାଉଥିବା ଜହ୍ନମାମୁ ପୃଷ୍ଠ ଦେଶରେ ମଣିଷ ପାଦ ରଖିଛି I ପୃଥିବୀ ପରି ଜହ୍ନ ରେ ମଧ୍ୟ ବସବାସ କରି ହେବ ବୋଲି ବୈଜ୍ଞାନିକ ମାନେ ଦାବି କରିଛନ୍ତି ପ୍ରମାଣ ସହିତ I ତେବେ ଏହି ସଫଳତା ରେ ପୁଣି ଯୋଡି ହେବାକୁ ଯାଉଛି ଆଉ ଏକ ବିରଳ I ଆକାଶ ରେ କୃତ୍ରିମ ଜହ୍ନ ଛଡା ଯିବ I ଦିନ ସରିଗଲେ ସୂର୍ଯ୍ୟ ଅସ୍ତ ହେଇଯାନ୍ତି ଏବଂ ଜହ୍ନ ଆସିବା ପରେ ଅନ୍ଧକାର ମାଡିଆସେ କେବଳ ପୁର୍ଣିମା ରେ ଆଲୋକିତ ହେଇଥାଏ I

I ଏବେ କିନ୍ତୁ ସବୁଦିନ ପୁର୍ଣିମା ହେବ I ଆଉ ଅନ୍ଧାର ରହିବନି I ଏମିତି ଦାବି କରିଛନ୍ତି ବୈଜ୍ଞାନିକ ମାନେ Iମହାକାଶ ରେ କୃତ୍ରିମ ଜହ୍ନ ଛଡ଼ାଯିବ ଯାହାଫଳରେ ଏହା ଅନ୍ଧକାର କୁ ଦୂରେ କୃତ୍ରିମ ଆଲୋକ ରେ ଆଲୋକିତ କରିବ I ତେବେ ଏହା ସମସ୍ତ ଅଂଚଳ ରେ ନୁହେଁ ଏକ ନିର୍ଦ୍ଧିଷ୍ଟ ଅଂଚଳ ରେ ପରୀକ୍ଷଣ ପାଇଁ ପ୍ରଥମ ଥର ପାଇଁ ଚାଇନା ଅଣ୍ଟା ଭିଡିଛି I

ଚାଇନା ର ଚେଙ୍ଗଡୁ ଏରୋସ୍ପେସ ସାଇନ୍ସ ଇନ୍ଷ୍ଟିଟ୍ୟୁଟ ଏକ ପ୍ରୋଜେକ୍ଟ ତିଆରି କରି ଏହାର ପ୍ରଦର୍ଶନ କରିସାରିଛି I ଖୁବ ଶୀଘ୍ର ଚୀନ ର ଚେଙ୍ଗଡୁ ଅଂଚଳ ରେ 2020 ରେ ଏହି କୃତ୍ରିମ ଜହ୍ନ ଦ୍ୱାରା ଆଲୋକିତ କରିବା ପାଇଁ ମହାକାଶ ରେ ପ୍ରଥମ ଜହ୍ନ ପରି ଏକ ସାଟେଲାଇଟ ଛଡ଼ାଯିବ I

ଏହା ର ପାରିପାର୍ଶିକ ଅବସ୍ଥିତି ସଫଳତା ପରେ ପୁନର୍ବାର 2022 ସୁଦ୍ଧା ଅନ୍ୟ ଦୁଇଟି କୃତ୍ରିମ ଜହ୍ନ ଛଡାଯିବା ପାଇଁ ଯୋଜନା ରହିଛି I ଏହା ସଫଳତା ପାଇଲେ ଅନ୍ୟ ଦେଶରେ ମଧ୍ୟ ଏହାକୁ ଆପଣେଇବା ନେଇ ସମ୍ଭାବନା ରହିଛି I

ଯଦି ଏହା ସଫଳତା ପାଇଯାଏ ତେବେ ବିଶ୍ୱ ମାନଚିତ୍ର ରେ ଚିନ ନିଜର ଆଧିପତ୍ୟ ଜାହିର କରିବାରେ ମଧ୍ୟ ସଫଳ ହେବ I

Leave a Reply

Your email address will not be published. Required fields are marked *