ଟ୍ରେନ୍ ରୁ ଲୁଟି ନେଲେ ଲୁଟେରା ୫.୭୮ କୋଟି କିନ୍ତୁ ମୋଦି କରିଦେଲେ ସେମାନଙ୍କ ଯୋଜନା ଭଣ୍ଡୁରୁ

ଦୀର୍ଘ ଦୁଇ ବର୍ଷ ହେଲାଣି ବିରୋଧୀ ମାନେ ବିମୁଦ୍ରାକରଣ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଭୁସୁଡିଯିବ କୁ ନେଇ ଅଭିଯୋଗ କରୁଛନ୍ତି। କିନ୍ତୁ ଏହି ବୀମୁଦ୍ରାକରଣ ଯୋଗୁ ଅନେକ ଚୋର ମଧ୍ୟ ଧର ପଡିଛନ୍ତି ପୋଲିସ ହାତରେ।

ନୋଟ୍ ବନ୍ଦୀ ର ତିନି ମାସ ପୂର୍ବରୁ ତାମିଲନାଡୁ ର ସାଲେମ – ଚେନ୍ନଇ ଏକ୍ସପ୍ରେସ ରେ ତାଙ୍କ ଯାଉଥିବାର ଜାଣି 5 ଜଣ ଲୁଟେରା ଏଥିରୁ ପ୍ରାୟ 5.78 କୋଟି ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ, କିନ୍ତୁ ମୋଦୀଙ୍କ ନୋଟ୍ ବନ୍ଦୀ ଦ୍ବାରା ଏମାନେ ଅତେ ଗୁଡ଼ିଏ ତାଙ୍କ ଖର୍ଚ୍ଚ କରି ପାରିନଥିଲେ ଏବଂ ପରେ ସେହି 5 ଜଣ ଲୁଟେରା ପୋଲିସ ହାତରେ ଧରାପଡିଥିଲେ। ତା ପରେ ସେମାନଙ୍କ ପୁରା କାହାଣୀ ସାମ୍ନା କୁ ଆସିଥିଲା।

ସି ବି ସି ଆ ଡି ଅଧିକାରୀ ଙ୍କ ଅନୁସାରେ ଏଚ୍ ମୋହର ସିଂ, ଋଷି ପର୍ଦି, ସମେଶ୍ ପର୍ଦୀ, କୃଷ୍ଣ ଓ ବିଲଟିଆ 2016 ମସିହା ରେ ସାଲେମ – ଚେନ୍ନଇ ଏକ୍ସପ୍ରେସ ରୁ 5.78 କୋଟି ଟଙ୍କା ହଡ଼ପ କରିଥିଲେ। ଏମାନେ 2016 ମସିହା ରେ ତାମିଲନାଡୁ ଆସିଥିଲେ ଏବଂ ରେଳୱେ ଷ୍ଟେସନ ଟ୍ରେନ ଟ୍ରାକ ଓ ବିଭିନ୍ନ ପୋଲତଳେ ରହୁଥିଲେ। ଏହି ସମୟରେ ସାଲେମ – ଚେନ୍ନଇ ଏକ୍ସପ୍ରେସ ରେ ନିୟମିତ ଭାବରେ ଟଙ୍କା ଯାଉଛି ବୋଲି ଏମାନେ ଖବର ପାଇଥିଲେ। ଏଥିପାଇଁ ସେମାନେ ଏହି ଟ୍ରେନ ର ଚଳାଚଳ ଉପରେ ନଜର ରଖିଥିଲେ ଏବଂ ଲୁଟ ର ସମସ୍ତ ଯୋଜନା ପ୍ରସ୍ତୁତ କରିଦେଲେ।

ଯୋଜନା ଅନୁଯାୟୀ ମୋହର ସିଂ ନିଜ ୪ ଜଣ ସାଙ୍ଗ ଙ୍କୁ ନେଇ ଚିଁନ୍ନା ଷ୍ଟେସନ ରେ ଚଢ଼ିଥିଲେ। କିଛି ବାଟ ଟ୍ରେନ ରେ ଚାଲିବା ପରେ ଟଙ୍କା ରଖା ଯାଇଥିବା ବଗି ର ଛାତ ଉପରେ ଚଢ଼ିଥିଲେ। ପରେ ଦୁଇ ଜଣ ଲୁଟେରା ବଗି ମଧ୍ୟ କୁ ପଶି ଟଙ୍କା ର ବାକ୍ସ ର ତଳ ଭାଙ୍ଗିଥିଲେ। ଅନ୍ୟ ପଟେ ବିରୁଦାଚଳମ୍ ଷ୍ଟେସନ ପାଖରେ ହୋଇଥିବା ବ୍ରିଜ ର ରେଳ ଧାରଣ ପାଖରେ ତାଙ୍କର ଅନ୍ୟ ଜଣେ ସଦସ୍ୟ ପାର୍ଦି ଅପେକ୍ଷା କରିଥିଲେ।

ଟ୍ରେନ ଷ୍ଟେସନ ରେ ପହଞ୍ଚିବା ପୂର୍ବରୁ ତାଙ୍କ ବନ୍ଧା ହୋଇଥିବା ବ୍ୟାଗ୍ କୁ ମହେଶ ପର୍ଦୀ ଙ୍କ ନିକଟକୁ ଫୋପାଡି ଦେଇ ଟ୍ରେନ ରେ ଥିବା ଅନ୍ୟ ଚାରିଜଣ ଫେରାର ହୋଇ ଯାଇଥିଲେ ଏବଂ ପରେ ଏହି ଟଙ୍କା କୁ ସେମାନେ ବାନ୍ତି ନେଇଯାଇଥିଲେ। କିନ୍ତୁ ସେମାନେ ଏହି ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ମୋଦି ବିମୂଦ୍ରାକରଣ ଘୋଷଣା କରି 500 ଓ 1000 ଟଙ୍କା କୁ ବନ୍ଦ କରିଦେଇଥିଲେ। ଏହି କାରଣ ଯୋଗୁ ସେମାନେ ଏହି ଟଙ୍କା ଖର୍ଚ୍ଚ କରି ପାରିନଥିଲେ ଏବଂ ପୋଲିସ ହାତରେ ଧରାପଡିଥିଲେ।

Leave a Reply

Your email address will not be published. Required fields are marked *