ବାପା ସାଜିଲା ସୈତାନ ୩ ଝିଅଙ୍କୁ ଲୁହା ରଡରେ ପିଟି ପିଟି ମାରିଦେଲା

ଝିଅ ହେଉଛି ଲକ୍ଷ୍ମୀ I କିନ୍ତୁ ଝିଅ ହେବା ଅଭିଶାପ ପାଲଟିଯାଇଥିଲା ଜଣେ ବାପା ପାଇଁ I ପାଞ୍ଚଟି ଝିଅ ଜନ୍ମ ହେବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲା ସୈତାନ ବାପା I ଯେଉଁ ହାତରେ ହାତ ଧରି ଚାଲିବା ଶିଖାଇଥିଲା ସେହି ହାତରେ ଲୁହା ରଡ଼ ରେ ପିଟି ପିଟି ଜୀବନରୁ ମାରିଦେଲା I ନିଜ ଜନ୍ମିତ ତିନୋଟି ଝିଅକୁ ବାପା ମାରିଦେଇଛି I ଘଟଣା ଟି ନୂଆ ଦିଲ୍ଲୀ ର ବାନପୁର ଥାନା ର Iପ୍ରାପ୍ତ ସୂଚନା ଅନୁଯାଇ ଛିଦ୍ଦୁ କୁଶୱାହ ଙ୍କର ପାଞ୍ଚଟି ଝିଅ ହେଇଥିଲେ ପୁଅ ନହେବାରୁ ମାନସିକ ଭାରସାମ୍ୟ ହରାଇବସିଥିଲେ I

ଗତକାଲି ସକାଳୁ ନିଜର ତିନି ଝିଅଙ୍କୁ ଏକ ବନ୍ଦ କୋଠରୀ ରେ ପୁରାଇ ଲୁହା ରଡ଼ ରେ ପିଟି ପିଟି ମାରିଦେବାକୁ ଚେଷ୍ଟା କରୁଥିବା ବେଳେ ପଡୋଶୀ ଆସି ବିରୋଧ କରିବାରୁ ବାପା ଫେରାର ହେଇଯାଇଥିଲା ତିନି ଝିଅ ଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ବାଟରେ ସେମାନଙ୍କର ମୃତ୍ୟୁ ହେଇଚି Iମୃତ୍ୟୁ ହେଇଥିବା ଝିଅ ହେଲେ ଅଂଜଳି(୧୧) , ରାଧିକା(୭) ବିଦିଶା(୩) I ଖବର ପାଇଁ ପୋଲିସ ପହଂଚି ଅଭିଯୁକ୍ତ ବାପାକୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *