ଗାଁ ର ଜୟନ୍ତୀ ରାଜଧାନୀ ର ମଞ୍ଚ ରେ ଏମିତି ଭାଷଣ ଦେଲେ ଯେ ମୁଖ୍ୟମନ୍ତ୍ରୀ ଠିଆ ହେଇ ତାଳି ମାରିଲେ

ଗତକାଲି ମେକ୍ ଇନ ଓଡିଶାର ମଞ୍ଚ ରେ ଦୁଇ ମିନିଟ ସମୟ ନେଇ 19ମିନିଟ ପର୍ଯ୍ୟନ୍ତ ଭାଷଣ ଦେଇଥିବା ଜୟନ୍ତୀ ରାଜ୍ୟ ର ସମସ୍ତ ଙ୍କ ହୃଦୟ କିଣିନେଇଥିଲେ I ଏପରିକି ମଞ୍ଚ ରେ ତାଙ୍କ ଭାଷଣ ଶୁଣି ଉପସ୍ଥିତ ସମସ୍ତେ ହସି ହସି ଗଡି ଯାଇଥିଲେ Iଶେଷରେ ତାଙ୍କ ଅନର୍ଗଳ ଭାଷଣ ରେ ମୁଖ୍ୟମନ୍ତ୍ରୀ ନିଜେ ସିଟ ରୁ ଉଠି ତାଳି ମାରିଥିଲେ I

କିଏ ଏହି ଜୟନ୍ତୀ ,ଏବଂ କଣ କହିଲେ ??
ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ମଞ୍ଚ କୁ ଡାକରାଯାଇଥିଲା ସୁନ୍ଦରଗଡନିପଟ ମଫସଲି ବାଲି ଶଙ୍କରା ବ୍ଲକର ଜୟନ୍ତୀ ଏକ୍କା ଙ୍କୁ I ଗରିବ ପରିବାର ରେ ଜନ୍ମ ଜୟନ୍ତୀ ଙ୍କର ତାଙ୍କୁ ମିଶାଇ ପରିବାର ରେ ଆଠ ଜଣ ଭାଇ ଭଉଣୀ ଅଛନ୍ତି I ପିଲାଦିନୁ ଏକ ଗୋଡ ର ସମସ୍ୟା ଯୋଗୁ ସିଧା ଚାଲି ପାରନ୍ତି ନାହିଁ Iକଷ୍ଟେ ମଷ୍ଟେ ମାଟ୍ରିକ ପାସ କରିଗଲେ କିନ୍ତୁ ଇଂରାଜୀଜମା ଆସେନି ଫଳରେ +2 ଫେଲ ହେଲେ I

କିନ୍ତୁ ଇଛା ଥିଲା କିଛି ନୂଆ କରିବାର I ତେବେ ୨୦୦୧ରେ ୯ ଜଣ ମହିଳାଙ୍କୁ ନେଇ ଏକ ସଂୟ ସହାୟକ ଗୋଷ୍ଠୀ ଗଢ଼ିଥିଲେ ।ଯାହାର ନାମ ଦେଇଥିଲେ କଲ୍ୟାଣୀ ସଂୟ ସହାୟକ ଗୋଷ୍ଠୀ I ସ୍କୁଲରେ ଅଣ୍ଡା ସପ୍ଲାଏ,ଅଙ୍ଗନବାଡି ରେ ଛତୁଆ ଯୋଗେଇବା ଆଦି କାର୍ଯ୍ୟ ନେଇ କ୍ରମେ ସୁନ୍ଦରଗଡ ଜିଲ୍ଲାରେ ନିଜ ପ୍ରଭାବ ବିସ୍ତାର କରିପାରିଥିଲେ ଜୟନ୍ତୀ I 9ଜଣ ରୁ ଆରମ୍ବ କରିଥିବା ଗ୍ରୁପ ଏବେ 1052ରୁ ଉର୍ଧ ଗ୍ରୁପ ରେ ପରିଣତ ହେଇଚି I

ସଫଳତା ର ଶୀର୍ଷ ଛୁଇଁଥିବା ଜୟନ୍ତୀ ନିକଟ ଅତୀତ ରେ 80ଲକ୍ଷ ଟଙ୍କାର ଏକ ଇଟା ବ୍ୟବସାୟ ଆରମ୍ଭ କରିଛନ୍ତି ଗ୍ରୁପ ଦ୍ୱାରା I ଏସବୁ ଯିବନି କାହାଣୀ କୁ ବଖାଣିଥିଲେ ମଞ୍ଚ ରେ Iତେବେ ଜୀବନର ଏକ ସତ କାହାଣୀ କହିଥିଲେ ଜୟନ୍ତୀ ଲକ୍ଷେ ଟଙ୍କା ଦେଖିନଥିବା ବେଳେ ଏକାଥରେ ତାଙ୍କୁ 5ଲକ୍ଷ ଦିଆଯାଇଥିଲା ଲୋନ ,ଏତେ ଗୁଡା ଟଙ୍କା କୋଉଠି ରଖିବେ ଡରିଯାଇଥିଲେ ତେଣୁ ଘର ପାଖରେ ଥିବା ଆମ୍ବ ଗଛରେ ଟାଙ୍ଗି ଦେଇଥିଲେ ରାତିରେ ଚୋର ନନେବା ପାଇଁ

I ତାଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ହସି ହସି ଗଡିଯାଇଥିଲେ I ବାରମ୍ବାର ତାଙ୍କୁ ସଂକ୍ଷେପ ରେ ସାରିବାକୁ ଉପସ୍ଥାପିକା କହୁଥିଲେ କିନ୍ତୁ କଷ୍ଟକର ଯିବନି କଣ ଏତେ ଜଲ୍ଦି ସରୁଥିଲା I ନିଜ ଭାଷଣ କହିବା ସମୟ ରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ମୁଖ୍ୟ ସଚିବ ମଧ୍ୟ ଠିଆ ହେଇ ତାଳି ମାରିଥିଲେ I

Leave a Reply

Your email address will not be published. Required fields are marked *