ସ୍ବେଛାକୃତ ଅବସର ନେଲେ ଆଇଏଏସ ଅପରାଜିତା ଷଡଙ୍ଗୀ ,ବିଜେପି ରେ ମିଶିବା ନେଇ ଚର୍ଚ୍ଚା

ଅପରାଜିତା ଷଡ଼ଙ୍ଗୀ ଘର ଓଡିଶା ନହେଲେ ମଧ୍ୟ ଓଡ଼ିଶାର ବୋହୁ ଭାବରେ ଘରେ ଘରେ ପରିଚିତ ଏହି ଅଫିସର I ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଶିକ୍ଷା ବିଭାଗ ରେ ଥିବାବେଳେ ଅନେକ ସଂସ୍କାର ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଠକ ଶିକ୍ଷକ ମାନଙ୍କୁ ମଧ୍ୟ ସାବାଡ଼ କରିଥିଲେ I ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଡ୍ରେସ କୋଡ଼ ଲାଗୁ କରାଇବା ସହିତ ଶିକ୍ଷା ପାଇଁ ଅନେକ କିଛି କରିଥିଲେ I ଯେଉଁଥିପାଇଁ ଘରେ ଘରେ ପରିଚିତ ହେଇଥିଲେ ଏହି ଆଇଏଏସ ଅଧିକାରୀ

Iପରେ ଶିକ୍ଷା ବିଭାଗ ରୁ ତାଙ୍କୁ ଅପସାରଣ କରି ବୟନଶିଳ୍ପ ସଚିବ କରାଯାଇଥିଲା ଏବଂ ସେ 2013 ମସିହାରେ କେନ୍ଦ୍ରର ଗ୍ରାମୀଣ ବିକାଶ ସଚିବ ଭାବେ ଡେପୁଟେସନ ରେ ଯାଇଥିଲେ I ତେବେ ପୁର୍ବମାସ ସେପ୍ଟେମ୍ବର ରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେକିନ୍ତୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଏହାକୁ ତ୍ୱରାନ୍ୱିତ କରାଯାଇନଥିଲା I

ଯାହାଫଳରେ କେନ୍ଦ୍ରରୁ ରାଜ୍ୟ ସରକାର ଙ୍କୁ ଚିଠି ଲେଖାଯାଇଥିଲା କାହିଁକି ତାଙ୍କ ଆବେଦନ କୁ ଗ୍ରହଣ କରାଯାଉନାହିଁ ??ଯଦିଓ ତାଙ୍କର ତାଙ୍କ ବିରୋଧ ରେ କୌଣସି ଅଭିଯୋଗ କିମ୍ବା କାର୍ଯ୍ୟାନୁଷ୍ଠାନ ନାହିଁ ଯାହାଫଳରେ ବାଧ୍ୟ ହେଇ ସ୍ବେଛାକୃତ ଅବସର ଉପରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର

I ତେବେ ଚର୍ଚା ଚାଲିଛି କି ଅପରାଜିତା ବିଜେପି ଦଳରେ ଖୁବ ଶୀଘ୍ର ମିଶିବେ ଯଦିଓ ଏନେଇ ଅପରାଜିତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ତେବେ ସାଧାରଣ ରେ ଏପରି ଚର୍ଚା ଜୋର ଧରିଛି I

Leave a Reply

Your email address will not be published. Required fields are marked *