ବିଜେଡି ର ମଙ୍ଗ ଧରିବେ କି ବିଜୁଙ୍କ ନାତି ତଥା ନବୀନ ଙ୍କ ପୁତୁରା ଅରୁଣ ??

ଓଡ଼ିଶାରେ 18ବର୍ଷ ଧରି ଶାଶନ ଚଲାଇଥିବା ବିଜେଡି ସରକାର ର ସୁପ୍ରିମ ନବୀନ ଙ୍କ ଲୋକପ୍ରିୟତା ସମସ୍ତ ବିରୋଧୀ ଙ୍କୁ ପଛରେ ପକାଇବାକୁ ବାଧ୍ୟ କରିଛି I ତେବେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେଇଥିବା ନବୀନ ପଟନାୟକ ଙ୍କ ପୂର୍ବର ସ୍ତିତି ଏବଂ ବର୍ତମାନର ସ୍ତିତି ମଧ୍ୟରେ ବହୁ ଆକାଶ ପାତାଳ ପରିବର୍ତନ ହେଇଚି I ପୂର୍ବରୁ ଦୁର୍ନୀତି ଛିଟା ଆସିବା ମାତ୍ରେ ସଂଗେ ସଙ୍ଗେ ଦଳରୁ ବରିଷ୍ଠ ନେତା ମାନଙ୍କୁ କାଢିଦିଆଯାଉଥିଲା ଏବେ କିନ୍ତୁ ଅଧିକାଂଶ ବିଜେଡି ନେତାଙ୍କ ବିରୁଧରେ ଦୁର୍ନୀତି ସହିତ ସଂଗୀନ ଅଭିଯୋଗ ଆସିବା ପରେ ମଧ୍ୟ ନବୀନ ଚୁପ ରହିବାକୁ ବାଧ୍ୟ ହେଇଛନ୍ତି

I ବରଂ ଦୁର୍ନୀତି ବିରୁଧରେ ସ୍ୱର ଉତ୍ତୋଳନ କରିଥିବା ଦାମ ରାଉତ ଏବଂ ବୈଜୟନ୍ତ ଙ୍କୁ ଦଳରୁ ବିଦା ହେବାକୁ ପଡିଛି I ଆଗ ଅପେକ୍ଷା ନବୀନ ଙ୍କ ଲୋକପ୍ରିୟତା ନିହାତି ଭାବରେ କମିଛି ,ବିରୋଧୀ ଶିବିର ରୁ ବହୁ ନେତାଙ୍କୁ ଗୋଟେଇ ନିଜ ଦଳରେ ସାମିଲ କରିଛନ୍ତି ଆଗକୁ ସାଧାରଣ ନିର୍ବାଚନ ଆସିବାକୁ ଥିବା ବେଳେ ହଠାତ ଓଡିଶା ରାଜନୀତି ରେ ନବୀନ ଙ୍କ ପୁତୁରା ଅର୍ଥାତ ବିଜୁ ବାବୁଙ୍କ ନାତି ମାନେ ବଡ ପୁଅ ପ୍ରେମ ପଟନାୟକ ଙ୍କ ପୁଅ ଅରୁଣ ପଟନାୟକ ଙ୍କୁ ନେଇ ଚର୍ଚ୍ଚା ଧରିଛି I

ଦିଲ୍ଲୀ ରେ ରହୁଥିବା ବିଜୁ ବାବୁ ଙ୍କ ଦାୟାଦ ଙ୍କ ଓଡିଶା ବିଷୟରେ ସାମାନ୍ୟ ଧାରଣା ନଥିବା ବେଳେ ହଠାତ ତାଙ୍କ ସମର୍ଥନ ରେ ବାହାରିପଡ଼ିଛନ୍ତି ଅନେକ ବିଜେଡି ର ଯୁବ ନେତା I ୱାଟସଆପ ରେ ଆରମ୍ଭ ହେଇଯାଇଛି ଅରୁଣ ପଟନାୟକ ଫ୍ୟାନ କ୍ଲବ I

ଯେଉଁଥିରେ କି ବିଜେଡି ର ତୁଙ୍ଗ ନେତା ମାନେ ମଧ୍ୟ ଅଛନ୍ତି I ତେବେ ନବୀନ ଙ୍କ ସମର୍ଥନ ରେ ଥିବା ଯୁବ ପ୍ରଭାବୀ ନେତା ମାନେ ହଠାତ ଅରୁଣ ଙ୍କ ଆଡେ ମୁଁହାଇବା କିଛି ବୁଝାପଡୁନାହିଁ I କଣ ଏହା ଧରିନିଆଯିବ କି ଓଡିଶା ରାଜ୍ୟ ରାଜନୀତି ରେ ପୁଣି ଜଣେ ନୂଆ ମୁଁହ ଭାବେ ବିଜୁ ବାବୁ ଙ୍କ ନାତି ଙ୍କୁ ପ୍ରୋଜେକ୍ଟ କରାଯିବ ??

କାହିଁକିନା ଏବେ ନବୀନ ଙ୍କ ଶରୀର ସାଥ ଦେଉନି ଏହା ସହିତ ଚିଟ ଫଣ୍ଡ ଠୁ ଆରମ୍ବ କରି ଅନେକ ଦୁର୍ନୀତି ର ଛିଟା ପଡିଥିବା ବେଳେ ବରିଷ୍ଠ ବିଜେଡି ର ପୂର୍ବତନ ମନ୍ତ୍ରୀ ଦାମ ରାଉତ ମଧ୍ୟ ସିଧାସଳଖ ନବୀନ ଙ୍କୁ ଆଙ୍ଗୁଳି ନିର୍ଦେଶ କରିସାରିଲେଣି I ପୂର୍ବରୁ ମଧ୍ୟ 2015ରେ ଏକ ବ୍ୟବସାୟ କାମରେ ଓଡିଶା ଆସିଥିବା ବେଳେ ଅରୁଣ ଙ୍କୁ ନେଇ ଚର୍ଚା ହେଇଥିଲା ନିଜେ ଅରୁଣ ମଧ୍ୟ ଏହାକୁ ଯଦିଓ ଖଣ୍ଡନ କରିନଥିଲେ ତଥାପି ଏବେ ରାଜନୀତି ନୁହେଁ କହି ଚୁପ ରହିଥିଲେ I

ତେବେ କଣ ଏବେ ସେ ସମୟ ଆସିଯାଇଛି ବୋଲି ଧରିନିଆଯିବ ଯେଉଁଥିପାଇଁ ତାଙ୍କର ଓଡ଼ିଶାରେ ଫ୍ୟାନ କ୍ଲବ ଆରମ୍ଭ ହେଲାଣି ??

Leave a Reply

Your email address will not be published. Required fields are marked *