ସାହିଦ୍ ଆଫ୍ରିଦ୍ ଙ୍କ ମନ୍ତବ୍ୟ କୁ ସମର୍ଥନ କଲେ ରାଜନାଥ ସିଂହ

ପୂର୍ବତନ କ୍ରିକେଟ୍ ଅଲ୍ ରାଉଣ୍ଡର୍ ସାହିଦ୍ ଆଫ୍ରିଦଙ୍କ କାଶ୍ମୀର ବୟାନ କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି।ସେ କହିଛନ୍ତି ପାକିସ୍ଥାନକୁ କାଶ୍ମୀର ଦରକାର ନାହିଁ।ପାକିସ୍ତାନ ନିଜ ପାଖରେ ଥିବା ଚାରୋଟି ପ୍ରଦେଶକୁ ପ୍ରଥମେ ସମ୍ଭାଳୁ ତାହା ପରେ କାଶ୍ମୀର କଥା ଚିନ୍ତା କରିବ।ଈଂଲଣ୍ଡରେ ବ୍ରିଟେନ ସଂସଦରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିବା ବେଳେ ଏଭଳି କହିଥିଲେ ସାହିଦ୍ ଆଫ୍ରିଦ୍।

ଭାରତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରସାର ହେବା ପରେ ଟୁଇଟ୍ କରି ସଫେଇ ଦେଇଛନ୍ତି ଆଫ୍ରିଦ।କହିଛନ୍ତି ଯେ ତାଙ୍କ ଅଭିଭାଷଣରେ ଖଣ୍ଡିଆ ଅଂଶ ଦେଖାଇ ଭୁଲ୍ ଅର୍ଥ ବାହାର କରାଯାଉଛି ଏବଂ ସେ ତାଙ୍କ ଦେଶକୁ ଭଲ ପାଆନ୍ତି।ଏଥିସହ ଭାରତ କାଶ୍ମୀରରେ ଜୁଲମ କରୁଛି ବୋଲି ମଧ୍ୟ ସେ ଏବେ ଲେଖିଛନ୍ତି।ସେପଟେ ଆଫ୍ରୀଦଙ୍କ ପାକିସ୍ତାନ କାଶ୍ମୀର ଚିନ୍ତା ଛାଡ଼ିଦେବା ଦରକାର ବୋଲି କହିଥିବା ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ।ସେ କହିଛନ୍ତି ଯେ ଆଫ୍ରିଦ୍ ଠିକ୍ କହିଛନ୍ତି।ଯେଉଁମାନେ ପାକିସ୍ତାନ ସମ୍ଭାଳି ପାରିନାହାନ୍ତି ସେମାନେ କାଶ୍ମୀର କଣ ସମ୍ଭାଳିବେ।

Leave a Reply

Your email address will not be published. Required fields are marked *