ବିଦ୍ୟୁତ ଆଘାତ ରେ ହାତୀ ମୃତ୍ୟୁ ପାଇଁ ନେସ୍କୋ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ପୁଣିଥରେ ବିଦ୍ୟୁତ ବିଭାଗ ର ଅପାରଗତା ପାଇଁ ବାରିପଦା ସୁନାପୋଷି ନିକଟରେ ଅତି ନିମ୍ନ ରେ ଝୁଲି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଗତକାଲି ଏକ ଦନ୍ତା ହାତୀର ମୃତ୍ୟୁ ହେଇଥିଲା ଏହାର ତଦନ୍ତ କରାଯାଇ କୁଳିଅଣାର କନିଷ୍ଠ ଯନ୍ତ୍ରୀ ପଦ୍ମକିଶୋର ଜେନା ଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି I ଶ୍ରୀ ଜେନା ଙ୍କ ନାମରେ ଏତଲା ମଧ୍ୟ ଦାୟର କରାଯାଇଛି I ପ୍ରାପ୍ତ ସୂଚନା ଅନୁଯାଇ ସୁନାପୋଷି ଅଞ୍ଚଳରେ ଏକ ହାତୀ ବୁଲୁଥିବା ଖବର ବିଦ୍ୟୁତ ସେକ୍ସନ ଅଫିସ କୁ ଦିଆଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା କିମ୍ବା ବିଦ୍ୟୁତ ବିଛିର୍ଣ୍ଣ କରାଯାଇନଥିଲା I ଓହଳିପଡିଥିବା ବିଦ୍ୟୁତ ତାର ସଂକ୍ରାନ୍ତରେ ବହୁ ପୂର୍ବରୁ କନିଷ୍ଟ ଯନ୍ତ୍ରୀ ଙ୍କୁ ଜଣା ଯାଇଥିଲେ ମଧ୍ୟ ଯନ୍ତ୍ରୀ ଜଣଙ୍କ ଏଥିପ୍ରତି ଧ୍ୟାନ ଦେଇନଥିବା ଅଭିଯୋଗ ହେଉଛି I ସୂଚନା ଥାଉ କି ଢେଙ୍କାନାଳ ରେ ମଧ୍ୟ କିଛି ଦିନ ପୂର୍ବରୁ ଏକାସାଙ୍ଗରେ ସାତଟି ହାତୀ ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁବରଣ କରିଥିଲେ ଯେଉଁଥିପାଇଁ ବିଦ୍ୟୁତ ବିଭାଗ ର 4ଜଣ ଏବଂ ଜଙ୍ଗଲ ବିଭାଗର ତିନିଜଣ ଙ୍କୁ ନିଲମ୍ବିତ କରାଯାଇଥିଲା I ତନ୍ମଧ୍ୟରୁ ଦୁଇଜଣ ଗିରଫ ମଧ୍ୟ ହେଇଛନ୍ତି I

Leave a Reply

Your email address will not be published. Required fields are marked *