କର୍ଣ୍ଣାଟକ ସରକାର କରିବେ ୧୨୫ ଫୁଟ ଉଚ୍ଚ ର କାବେରୀ ମାତା ଙ୍କ ପ୍ରତିମୂର୍ତ୍ତି

ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ଦୋୖଡରେ ଏବେ କର୍ଣାଟକ ସରକାର ବି ସାମିଲ ହୋଇଛନ୍ତି।ଗୁଜୁରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରାଯିବା ଏବଂ ୟୁପିରେ ଭଗବାନ୍ ରାମଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ଏବେ କର୍ଣାଟକ ର କଂଗ୍ରେସ – ଜେଡିଏସ ସରକାର କହିଛନ୍ତି କି ସିଏ ମାତା କାବେରୀଙ୍କ ୧୨୫ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବେ।

ମାଡ୍ୟା ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ରାଜ ସାଗର ଦ୍ୟାମ୍ ନିକଟରେ ଥିବା ସରକାରୀ ଜମିରେ ଏହାର ନିର୍ମାଣ କରାଯିବ।ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ସୂଚନା ଦେଇଛନ୍ତି କି ଏହା ପ୍ରକୃତରେ କାହାର ପ୍ରତିମୂର୍ତ୍ତି ହେବ ନାହିଁ।ବରଂ ସେଠାରେ ଏହି ନାମରେ ଏକ ଟାୱାର ନିର୍ମାଣ କରାଯିବ।ରାଜ୍ୟ ସରକାର ଏଥିପାଇଁ ଅର୍ଥ ବିନିଯୋଗ କରିବେ ନାହିଁ।ବରଂ ଘରୋଇ ନିବେଶକଙ୍କୁ ଏଥିପାଇଁ ଅର୍ଥ ବ୍ୟୟ କରିବାକୁ ସରକାର ଆହ୍ବାନ କରିବେ।

Leave a Reply

Your email address will not be published. Required fields are marked *