ମହିଳା ମାନେ ସିନ୍ଦୁର ପିନ୍ଧିବା ସମୟରେ ଏପରି କରିବା ଦ୍ୱାରା ଅଖଣ୍ଡ ଶୌଭାଗ୍ୟବତୀ ହେଇଥାନ୍ତି I

ଟୋପାଏ ସିନ୍ଦୁର ହେଉଛି ଗୋଟେ ସଧବା ସୁଲକ୍ଷଣୀ ନାରୀ ର ସନ୍ତକ I ନିଜ ସ୍ୱାମୀ ନାମରେ ନାରୀ ନିଜ ସିନ୍ଥି ରେ ପିନ୍ଧିଥାଏ ସୁହାଗ ସିନ୍ଦୁର I ଅବଶ୍ୟ ଏନେଇ ଅନେକ ଶାସ୍ତ୍ର ଏବଂ ବୈଜ୍ଞାନିକ କାରଣ ରହିଛି I ତେବେ ସିନ୍ଦୁର ପିନ୍ଧି ନାରୀ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଥାଏ I ତେବେ ଯଦି ଘରେ ଅଶାନ୍ତି ଲାଗିରହିଥାଏ ତେବେ ସିନ୍ଦୁର କୁ ଏମିତି କରିବା ଦ୍ୱାରା ସବୁ ନକାରାତ୍ମକ ଶକ୍ତିର ବିନାଶ ଘଟି ଶୁଭ ହେଇଥାଏ I

1)ବୁଧବାର ଦିନ ଗୋଟିଏ ପାନ ପତ୍ରରେ ଅଳ୍ପ କିଛି ଫଟିକ ଏବଂ ଅଳ୍ପ କିଛି ସିନ୍ଦୁର ଲଗାଇ କୌଣସି ଏକ ଓସ୍ତ ଗଛ ମୂଳରେ ଏକ ପଥର ତଳେ ଏହାକୁ ରଖି ଦିଅନ୍ତୁ କିନ୍ତୁ ମନେ ରଖିବେ ଆପଣଙ୍କୁ ଯେପରି କେହିବି ନ ଦେଖନ୍ତି Iଏହିପରି ଭାବରେ ଲଗାତାର ତିନି ପାଳି କରିବା ଦ୍ୱାରା ସ୍ୱାମୀଙ୍କ ଉପରୁ ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ଘଟିଥାଏ I ଏବଂ ସଫଳତା ମିଳିଥାଏ I2) ଯଦି ସବୁବେଳେ ଆର୍ଥିକ ସମସ୍ୟା ଲାଗିରହୁଥାଏ , ତେବେ ମହିଳା ମାନେ ଏକ ନଡ଼ିଆରେ ସିନ୍ଦୁର ଲଗାଇ ଏକ ଲାଲ କପଡ଼ାରେ ବାନ୍ଧି ମା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରନ୍ତୁ I

ଏବଂ ନଡ଼ିଆ କୁ ଏକ ସୁରକ୍ଷିତ ଜାଗାରେ ରଖିଦିଅନ୍ତୁ ଦେଖିବେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ I3)ମହିଳା ମାନେ ସିନ୍ଦୁର ପିନ୍ଧିବା ସମୟରେ ନିଜ ସ୍ୱାମୀଙ୍କୁ ସୁମରଣା କରି ତଳେ ଥିବା ମନ୍ତ୍ର କୁଧ୍ୟାନର ସହିତ ଜପ କରନ୍ତୁ

,ସ୍ୱାମୀଙ୍କ ଉପରେ କୌଣସି ବିପଦ ପଡିବ ନାହିଁ ଏବଂ ମହିଳା ମାନେ ଅଖଣ୍ଡ ସୌଭାଗ୍ୟବତି ହେବେ I4) ତେଲ ସହିତ ସିନ୍ଦୁର ମିଶ୍ରଣ କରି ଘର ର ସାମ୍ନାରେ ଏକ ସ୍ୱସ୍ତିକ ଆଙ୍କନ୍ତୁ ଏହାଦ୍ୱାରା ଘରକୁ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତି ଘର ବାହାରୁ ନଷ୍ଟ ହେଇଥାଏ I ଏବଂ ଘରେ କାହା ଖରାପ ନଜର ପଡ଼ିନଥାଏ I

Leave a Reply

Your email address will not be published. Required fields are marked *