ଚାଲିଗଲେ ‘ବର୍ଡ଼ର’ର ରିଅଲ ହିରୋ କୂଲଦୀପ ସିଂ ! 100ସୈନ୍ୟ ଙ୍କୁ ନେଇ ପାକିସ୍ତାନ କୁ ପରାଜୟ କରିଥିଲେ

ହିନ୍ଦୀ ଚଳଚ୍ଚିତ୍ର ‘ବର୍ଡର୍’ ରେ ଅଭିନେତା ସନ୍ନି ଦେଓଲ୍ ଙ୍କ ଦମଦାର ଅଭିନୟ ଯିଏ ସମସ୍ତଙ୍କ ମନରେ ଏକ ଗଭୀର ପ୍ରଭାବ ପକାଇପାରିଥିଲା ଯାହାକି ଏକ ସତ ଘଟଣା ଉପରେ ଆଧାରିତ ଥିଲା I ଲଙ୍ଗେଓ୍ଵାଲା ଯୁଦ୍ଧ ଉପରେ ଏହା ଥିଲା ଏହାର ଅସଲ ରିଅଲ ନାୟକ ଥିଲେ କୁଳଦୀପ ସିଂହ ଚାନ୍ଦପୁରୀ I୧୯୭୧ମସିହାରେ ଡିସେମ୍ବର ୫ ଓ ୬ ତାରିଖ ଅର୍ଦ୍ଧ ରାତିରେ ପାକିସ୍ତାନ ଲଙ୍ଗେଓ୍ଵାଲା ଓ ରାମଗଡ଼ ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ କରିଦେଇଥାଏ I

ସେତେବେଳେ ୨୩ ପଞ୍ଜାବର ‘ଏ’ କମ୍ପାନିର ନେତୃତ୍ୱ ନେଉଥିଲେ ଚାନ୍ଦପୁରୀ I କିନ୍ତୁ ତାଙ୍କ ପାଖରେ ଜମା 100 ସୈନ୍ୟ ଥିଲେ I ତେବେ ସବୁଠୁ ବଡ ଚକିତ କର ଘଟଣା ଥିଲା ଚନ୍ଦପୁରୀ ଙ୍କୁ ସେତେବେଳେ ମାତ୍ର 22 ବର୍ଷ ହେଇଥିଲା I ଯୁବକବସ୍ଥା ରେ ପ୍ରଥମ ଯୁଦ୍ଧରେ କଣ କରିବେ ବୁଝିପାରୁନଥାନ୍ତି ବାହାରେ କିନ୍ତୁ ଶତ୍ରୁ ର ହଙ୍ଗାମା I

ଜୀବନ ଆଉ ମରଣ ଭିତରେ ନିଜ ଜୀବନ କୁ ଲୋଭ ଛାଡି ଭାରତ ପାଇଁ ସେହି 100 ସୈନ୍ୟ ଙ୍କୁ ଧରି ବୀର ଦର୍ପରେ ଆଗେଇ ଆସିଥିଲେ କୁଲଦୀପ I ଏବଂ ମହାମୁକାବିଲା କରି ଶତ୍ରୁ କୁ ଘଉଡାଇବାରେ ସକ୍ଷମ ହେଇଥିଲେ I

ତାଙ୍କର ଏହି ମହାନ ଦେଶଭକ୍ତି ପାଇଁ ତାଙ୍କୁ ମହାବୀର ଚକ୍ର’ ଉପାଧିରେ ଭୂଷିତ କରାଯାଇଥିଲା I ତେବେ ସେହି ମହାନାୟକ ୭୮ ବର୍ଷରେ ଗତକାଲି ସକାଳେ ଦେହ ତ୍ୟାଗ କରିଛନ୍ତି I

Leave a Reply

Your email address will not be published. Required fields are marked *