ଦାମ ଖୋଲିଦେଲେ ଅରୁଣ ଙ୍କ ପେଡି ,15ବର୍ଷରେ 100 କୋଟି ରୋଜଗାର କରିଛନ୍ତି ଅରୁଣ

ଦାମ ଙ୍କ ଟାର୍ଗେଟ ରେ ଥିଲେ ଅରୁଣ ଯେଉଁଥିପାଇଁ ଖୋଲାଖୋଲି ଭାବରେ ନୟାଗଡ ରେ ଅରୁଣ ଙ୍କ ବିରୋଧ ରେ ମହା ସମାବେଶ କରିବାକୁ ଅଣ୍ଟା ଭିଡ଼ିଥିଲେ ଦାମ I ଗତକାଲି ନୟାଗଡ ର ଦୁର୍ଗା ମଣ୍ଡପ ରେ ସଭାରେ ଯୋଗ ଦେଇଥିଲେ ଦାମ I ବିଜେଡି ସରକାର ର ଅପାରଗତା ,ଭ୍ରଷ୍ଟାଚାର ବିରୁଦ୍ଧରେ କହିବା ସହିତ ଅରୁଣ ଙ୍କ ବିରୁଧ ରେ କହିଥିଲେ I ଅରୁଣ 2003 ରେ ରାଜନୀତି କୁ ଆସିଥିଲା କିନ୍ତୁ 15ବର୍ଷ ଭିତରେ କିପରି 100କୋଟି ରୁ ଉର୍ଧ ସମ୍ପତି ହାସଲ କଲା ??ପାଣି ଠୁ ଘର ଯାଏଁ ସବୁ ପଇସା ଚଳୁ କରିଛି ଅରୁଣ

I ଛବି ବର୍ଦ୍ଧନ ହତ୍ୟା ରେ ମଧ୍ୟ ଅରୁଣ ସମ୍ପୃକ୍ତ I ଅରୁଣ ନୟାଗଡ ମାଟିର ନୁହେଁ ସେ ଦଶପଲ୍ଲାରୁ ଯେଉଁଥିପାଇଁ ନୟାଗଡ ରାଜାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ରେ ସେ ବାଧା ଦେଉଛନ୍ତି I ନୟାଗଡ ରେ ଦୀର୍ଘ 15ବର୍ଷ ବିଧାୟକ ଥିଲେ ମଧ୍ୟ ଅରୁଣ କେତେଟା ଶିଳ୍ପ କରିଛନ୍ତି ଲୋକଙ୍କ ପାଇଁ ?? କଣପାଇଁ ଅରୁଣ କୁ ଭୋଟ ଦେଉଛ ,ନିଜେ ହଇରାଣ ହେଉଛ I

ନିଜ ମାଟିର କୌଣସି ଯୋଗ୍ୟ ସନ୍ତାନ କୁ ଭୋଟ ଦିଅ I ସୂଚନା ଥାଉ କି ବାରିପଦା ରେ ଦାମ ଙ୍କ ଦୁର୍ନୀତି ବିରୋଧୀ ସମାବେଶ କୁ ଭଣ୍ଡୁର କରିବାକୁ ଅରୁଣ ଚେଷ୍ଟା କରୁଥିବା ଖବର ପାଇ ଦାମ ଫିଡ଼ିକିଯାଇଥିଲେ

Iତେବେ ଦୀର୍ଘ 15ବର୍ଷ ଧରି ବିଜେଡି ତଥା ଅରୁଣ ଙ୍କ ଗଡ କୁହାଯାଉଥିବା ନୟାଗଡ ରେ ଧସେଇ ପଶି ଦାମ ରାଉତ ଯେପରି ନିଜର ଶାଣିତ ବକ୍ତବ୍ୟ ରଖିଲେ ଏବଂ ଅରୁଣ ଚୁପ ରହିଲେ ତାହା ସମସ୍ତଙ୍କୁ ଚକିତ କରିଛି I

Leave a Reply

Your email address will not be published. Required fields are marked *