କଟକ ବାସୀଙ୍କ ମନ ଜିଣିନେଲେ ଜିଲାପାଳ ,ବାଲିଯାତ୍ରା ପଡିଆରେ ନିଜେ ଅଳିହା ସଫା କଲେ

ବହୁ ବାଦ ବିବାଦ ରେ ଶେଷରେ ଐତିହାସିକ କଟକ ବାଲିଯାତ୍ରା ର ପ୍ରସ୍ତୁତି ଆରମ୍ଭ ହେଇଚି I ତେବେ ଗତକାଲି ବାଲିଯାତ୍ରା ପଡିଆରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ନିଜେ ବାଲିଯାତ୍ରା ପଡ଼ିଆ ସଫା କରୁଥିଲେ I ଖାଲି ସେ ଏକା ନୁହନ୍ତି ସାଙ୍ଗରେ କଟକ କର୍ପୋରେଟର ରଞ୍ଜନ ବିଶ୍ୱାଳ ଏବଂ ସ୍ଥାନୀୟ କିଛି ଯୁବକ ମଧ୍ୟ ସାମିଲ ଥିଲେ I ଯାହାର କି ଫଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଜିଲ୍ଲାପାଳ ଙ୍କ ଏପରି କାମକୁ ସବୁ ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି I

ତେବେ ଏନେଇ ଜିଲ୍ଲାପାଳ ଅଗ୍ରୱାଲ କହିଛନ୍ତି ଯେ ଯେହେତୁ ସେ ବର୍ତମାନ କଟକ ରେ ରହୁଛନ୍ତି ବାଲିଯାତ୍ରା ପାଇଁ ଜଣେ କଟକବାସୀ ହିସାବରେ ସେ ତାଙ୍କ ଦାୟିତ୍ୱ କରିଛନ୍ତି I ଏହା ନିହାତି ଭାବରେ ଅନ୍ୟମାନଙ୍କୁ ପ୍ରେରଣା ଦେବ I ସୂଚନା ଥାଉ କି ଅରବିନ୍ଦ କଟକ ଆସିବା ପୂର୍ବରୁ ପୁରୀରେ ଜିଲାପାଳ ଭାବେ ଥିଲେ I ପୁରୀର ସମସ୍ତ ବର୍ଗ ଙ୍କ ଭିତରେ ସେ ଲୋକପ୍ରିୟ ହେଇ ପାରିଥିଲେ

I ନବକଳେବର ବିଭ୍ରାଟ ରେ ପ୍ରଥମଥର ପାଇଁ ଜଣେ ଜିଲ୍ଲାପାଳ ଭାବରେ ବିଶୃଙ୍ଖଳିତ ସେବାୟତ ମାନଙ୍କ ବିରୁଧରେ ଆଇନଗତ ପଦକ୍ଷେପ ନେଇଥିଲେ Iଏବଂ 2018 ରଥଯାତ୍ରା ରେ ବଡଦାଣ୍ଡ ଆଣ୍ଠିଏ ନର୍ଦ୍ଧମା ପାଣିରେ ଭାସିଥିବା ବେଳେ ନିଜେ ଜିଲ୍ଲାପାଳ ନର୍ଦମା ପାଣିରେ ପଶି ଡ୍ରେନେଜ ବ୍ୟବସ୍ଥାର ତଦାରଖ କରି ନିୟମିତ ସମୟ ବ୍ୟବଧାନ ପୂର୍ବରୁ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ

I ଏକଦା ଲୋକଙ୍କ କାମ କରୁନଥିବା ତଥା ସରକାରୀ ଯୋଜନା ରେ ଅବହେଳା କରିଥିବା ଅଭିଯୋଗ ହେବାରୁ ନିମାପଡା ଏବଂ ଗୋପ ର 18ଜଣ ସରକାରୀ ଅଧିକାରୀ ଙ୍କୁ ନିଲମ୍ବିତ କରି ଚର୍ଚ୍ଚା ରେ ରହିଥିଲେ I

Leave a Reply

Your email address will not be published. Required fields are marked *