ବିଜେପି ରେ ବରିଷ୍ଠ ଆଇପିଏସ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ମିଶିବା ନେଇ ଚର୍ଚ୍ଚା

ଗତ କିଛିଦିନ ଧରି ଅପରାଜିତା ଙ୍କ ବିଜେପି ରେ ଯୋଗଦାନ କୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଏବେ ପୁଣି ଚର୍ଚ୍ଚା କୁ ଆସିଛନ୍ତି ଆଇପିଏସ ପ୍ରକାଶ ମିଶ୍ର I ପ୍ରକାଶ ମିଶ୍ର ଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ଯେ ଖୁବ ଶୀଘ୍ର ସେ ବିଜେପି ରେ ଯୋଗ ଦେବେ I ଅବଶ୍ୟ ଏନେଇ ଯଦିଓ ପ୍ରକାଶ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ତେବେ ତାଙ୍କ ଦଳରେ ମିଶିବା ନେଇ ଚର୍ଚା ଚାଲିଛି I ସୂଚନା ଥାଉ କି ପ୍ରକାଶ ମିଶ୍ର ଡିଜି ଥିବାବେଳେ 2014 ନିର୍ବାଚନରେ ନିର୍ବାଚନୀ ଉଲ୍ଲଙ୍ଘନ ବିରୋଧରେ ବହୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ର ବିରୋଧୀ ହେଇଥିଲେ ଏବଂ ତାଙ୍କ ବିରୋଧରେ ମିଥ୍ୟା ମାମଲା ଭିଜିଲାନ୍ସ ଦ୍ୱାରା ଦାଏର କରାଯାଇଥିଲା ଯାହାକି ପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଦ୍ୱାରା ପ୍ରକାଶ ମିଶ୍ରଙ୍କୁ କ୍ଲିନ ଚିଟ୍ ପାଇଥିଲେ I ଏହାପରେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଏହି ବରିଷ୍ଠ ଅଧିକାରୀ I ଶୁଣାଯାଉଛି ଖୁବ ଶୀଘ୍ର ଓଡ଼ିଶାରେ ବିଜେଡି ବିରୁଧରେ ଲଢ଼ିବେ ପ୍ରକାଶ I

Leave a Reply

Your email address will not be published. Required fields are marked *