ପାନ୍ କାର୍ଡ ନିୟମ ରେ ନୂଆ ପରିବର୍ତନ:୫ ତାରିଖ ରୁ ଲାଗୁ ହେବ ନୂଆ ନିୟମ

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକସେସ୍ ଏକ ବିଜ୍ଞପ୍ତି ଜାରି କରି ପ୍ୟାନ୍ କାର୍ଡ ନିୟମରେ କେତେକ ନୂତନ ପରିବର୍ତ୍ତନ ଆଣିଥିବା ଦେଖାଯାଉଛି। ପ୍ୟାନ କାର୍ଡ ରେ ଆଣିଥିବା ନୂତନ ପରିବର୍ତ୍ତନ ଆସନ୍ତା ଡିସେମ୍ବର୍ ୫ ତାରିଖରୁ ଲାଗୁ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତି ରେ କୁହାଯାଇଛି।

ପ୍ୟାନ କାର୍ଡ ରେ ଆଣିଥିବା ନୂତନ ପରିବର୍ତ୍ତନ ରେ ଏଣିକି ଯେଉଁ ବ୍ୟକ୍ତି ସବୁ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ୨.୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାରବାର କରୁଛନ୍ତି ସେଥିପାଇଁ ସେମାନଙ୍କ ପ୍ୟାନ କାର୍ଡ କରିବା ବାଧ୍ୟତା ମୂଳକ ହୋଇଯାଇଛି।ଯେଉଁ ବ୍ୟକ୍ତି ମାନେ ଗୋଟିଏ ଆର୍ଥିକ ବର୍ଷରେ ୨.୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାରବାର କରୁଛନ୍ତି ଅଥଚ ସେମାନଙ୍କ ପ୍ୟାନ କାର୍ଡ ନାହିଁ ସେମାନେ ଆସନ୍ତା ଆୟକର ରି ଟର୍ଣ କରିବା

ପୂର୍ବରୁ ମେ ମାସ ୩୧ ତାରିଖ ସୁଦ୍ଧା ପ୍ୟାନ କାର୍ଡ ପାଇଁ ଆବେଦନ କରିବେ।ସେହିପରି ଯେଉଁମାନେ ବର୍ଷରେ ୫ ଲକ୍ଷରୁ ଅଧିକ ଆୟ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ପ୍ୟାନ କାର୍ଡ ବାଧ୍ୟତାମୂଳକ ଅଟେ।ସେହିପରି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ, ପାର୍ଟନର,ଟ୍ରଷ୍ଟି,ଲେଖକ,ପ୍ରତିଷ୍ଠାତା, କର୍ତ୍ତା,ମୁଖ୍ୟ କାର୍ଯ୍ୟନିର୍ବାହୀ,ପ୍ରମୁଖ ଅଧିକାରୀ ମାନଙ୍କ ପାଇଁ ମଧ୍ୟ ପ୍ୟାନ କାର୍ଡ ବାଧ୍ୟତା ମୂଳକ ହେବ।ଏବଂ ନିଜ ନିଜ ପ୍ୟାନ କାର୍ଡ ରେ ବାପାଙ୍କ ନାମ ରହିବ।

Leave a Reply

Your email address will not be published. Required fields are marked *